ପ୍ରଚଳିତ ବନାଗ୍ନି ପ୍ରତିହତ କରିବାକୁ ନିଆଯାଉଛି ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର/ ରାଜେଶ ସାହୁ: ପ୍ରଚଳିତ ବନାଗ୍ନିକୁ ପ୍ରତିହତ ଓ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଓଡ୍ରାଫ୍ ବଳଙ୍କୁ ରାଜ୍ୟସାରା ବନାଗ୍ନି ପ୍ରଶମନ ନିମନ୍ତେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହି ଦଳ ଇତ୍ୟବସରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚିଛନ୍ତି ।
ଆଜି ପୂର୍ବାହ୍ନରେ ରାଜ୍ୟର ମୁଖ୍ୟ ସଚିବ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ
ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂ କୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପିଆରଆଇ ଅନୁଷ୍ଠାନର ସ୍ଥାନୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଭିଏସଏସ/ଇଡିସିଗୁଡିକୁ ଏହି କାର୍ଯ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର
ଲଗାଇବାର ବ୍ୟବସ୍ଥା କରାଯାଉଅଛି । ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଅଛି । ଏଥି ସହିତ ଚଜଓ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ ଗୁଡିକର ଲୋକ ବଳକୁ ଜଙ୍ଗଲ ସଂଲଗ୍ନ ଗ୍ରାମବାସୀମାନଙ୍କୁ ବନାଗ୍ନିର ଭୟାଭୟତା ଓ ବିନାଶ ପ୍ରତି ସଚେତନ କରିବା ସହ ବନାଗ୍ନି ନିର୍ବାପନ କାର୍ଯ୍ୟ ପ୍ରତି ସମ୍ବେଦନଶୀଳ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଅଛି ।
ବିଭିନ୍ନ ଇଲାକାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ
ସଂଲଗ୍ନ ଗ୍ରାମଗୁଡିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକତାସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ବନାଗ୍ନିକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଅଛି ।