ଗୋଟିଏ ଦିନରେ ଦୁଇ ଥର ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ଗୋଟିଏ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁଇ ଦୁଇ ଥର ମହାସ୍ନାନ । ଏହାକୁ ନେଇ ନୀତିକାନ୍ତିରେ ବିଳମ୍ବ । ଶ୍ରୀମନ୍ଦିରରେ ଗୋଟିଏ ଦିନରେ ଦୁଇ ଦୁଇଟି ବିଭ୍ରାଟ । ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ଦେଖିବାକୁ ମିଳିଥିଲା ରକ୍ତ ଛିଟା । ଏହାକୁ ନେଇ ରୀତିନୀତି ଅନୁଯାୟୀ ହୋଇଥିଲା ମହାପ୍ରଭୁଙ୍କ ମହାସ୍ନାନ । ଏହାକୁ ନେଇ ସକାଳ ପୂଜାରେ ବିଳମ୍ବ ହୋଇଥିଲା । ପରେ ଜଗମୋହନରେ ଜଣେ ଭକ୍ତ ବାନ୍ତି କରିଥିଲେ । ଫଳରେ ପୁଣି ମହାପ୍ରଭୁଙ୍କ ମହାସ୍ନାନ କରିବାକୁ ହୋଇଥିଲା । ଆଜି ଶନିବାର ଓ ଶ୍ରୀମନ୍ଦିରରେ ଦୁଇ ଦୁଇଟି ବିଭ୍ରାଟକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଆଶଙ୍କା ।