ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବିଜୟ ଯାତ୍ରା

(ବରଗଡ/ଚିତ୍ତରଞ୍ଜନ ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ଏମ୍ ଗଣ୍ଡପାଲି ଖେଳ ପଡିଆରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବିଜୟ ଯାତ୍ରା ତଥା ସଭ୍ୟ ସଂଗ୍ରହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟକାର୍ୟ୍ୟ କାରିଣୀ ସଦସ୍ୟ ପ୍ରତାପ ସାହୁ ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ସଂପାଦକ ପ୍ରମୋଦ ହୋତା ଏବଂ ଭଦ୍ରକ ଜିଲ୍ଲା ସଭାପତି ମନୋରଞ୍ଜନ ନାୟକ ଯୋଗ ଦେଇଥିଲେ । ଏହି ସମାବେଶରେ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ଆଲୋଚନା ତଥା ଶିକ୍ଷକ ମାନେ ନିଜ ନିଜର ବହୁମୂଲ୍ୟ ମତାମତ ଦେଇଥିଲେ। ଏ ଅବସରରେ ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏଥିରେ ସଭାପତି ଭାଗବତ ସାହୁ, ଉପ ସଭାପତି ଗୌତମ ବାରିକ ଓ କବିତା ରାଣୀ ସାହୁ , ସଂପାଦକ ବାଲାଜୀ ରାଓ ମୋରୈ , ଯୁଗ୍ମ ସମ୍ପାଦକ ସୁନନ୍ଦ ମିଶ୍ର ,ନବୀନ କୁମାର ସାହୁ, ସୁନୀତା ସେଠ ଓ କୋଷାଧ୍ୟକ୍ଷ ଭାବେ ପ୍ରଭାତ ରଞ୍ଜନ ସାହୁ ଏବଂ ସଂଯୋଜକ ସୀତାରାମ ଦୀପ ମନୋନୀତ ହୋଇଥିଲେ। ସୁଧାଂଶୁ ଶେଖର ଜାଲ ଓ ଶଶିଭୂଷଣ ସାହୁ ପରିଚାଳନା କରିଥିବା ବେଳେ ବିଜୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।