(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଡିଏଫଓ ପ୍ରଦୀପ ଦେବୀଦାସ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ବନ କର୍ମଚାରୀମାନେ କୋରୁକୋଣ୍ଡା ସେକ୍ସନ ଅନ୍ତର୍ଗତ ତୁମୁଷା ପଲ୍ଲୀ ବିଟରର ଏମଭି-୨୫ ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ ଗୃହ ପରିସର ଠାରେ ପହଞ୍ଚି ପ୍ରାୟ ଦେଢ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି-୮ଟି,ଅର୍ଦ୍ଧନିର୍ମିତ ଆସବାବପତ୍ର ଜବତ କରିଛନ୍ତି । ଉଦ୍ଧାର କରାଯାଇଥିବା ୮ଟି ଶାଗୁଆନ ଗଡ ୪୮ ସିଏଫଟି ଏବଂ ପଟା ସାଇଜ ୫୭ ଗୋଟି ବା ୧୪ ସିଏଫଟି।ଉଦ୍ଧାର କରାଯାଇଥିବା ଶାଗୁଆନ କାଠ ମୋଟ ୬୨ ସିଏଫଟି ହେବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ କହଥିବା ବେଳେ ଏହାର ସରକାରୀ ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ମୂଲ୍ୟବାନ କାଠଗୁଡ୍କୁ ଜବତ କରାଯାଇ ମାଲକାନଗିରି ରେଞ୍ଜ ଅଫିସରେ ରଖାଯାଇଥିବା ବେଳେ ମୁଖ୍ୟ ଆସାମୀ ପ୍ରଶାନ୍ତ ମଣ୍ଡଣ ଫେରାର ରହିଥିବା ଜଣାପଡିଛି । ଏହି ଚଢାଉରେ ବନପାଳ ରାଜେଶ କୁମାର ସେଠୀ, ମୂରଲୀଧର ଅନଗୁଳିଆ, ଦିବାକର ଜେନା, ମୋହନ ଗୁଡିଆ, ହରେକୃଷ୍ଣ ପାଣିଗ୍ରାହୀ, ମନ୍ତୋଷ ଦେଏ , ନବରକ୍ଷୀ ଏବଂ ପାରା ଷ୍ଟାଫ କର୍ମଚାରୀମାନେ ସାମିଲ ଥିଲେ ।