ଭୁବନେଶ୍ୱର : ରାଜ୍ୟରେ ଏବେ ଦିନକୁ ଦିନ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୨୮ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି । ବର୍ତ୍ତମାନ ରାଜ୍ୟରେ ୧୨୨୪ଟି ଆକ୍ଟିଭ କେସ୍ ଥିବା ବେଳେ ୩୩୧୬୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪, ବରଗଡ଼ରୁ ୨, କଟକରୁ ୪, ଦେବଗଡ଼ରୁ ୨, ଯାଜପୁରରୁ ୫, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୩, ପୁରୀରୁ ୮ ଓ ସମ୍ବଲପୁରରୁ ୭ ଜଣ ଚିହ୍ନଟ ହୋଇଛନ୍ତି।
Edit by Sushree Biswajeeta