ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ,ଦୁଇ ବୀର ପୁରୁଷଙ୍କୁ କୋଟି କୋଟିି ପ୍ରଣାମ

ଭୁବନେଶ୍ୱର : ଆଜି ହେଉଛି ଜାନୁଆରୀ ମାସ ୨୩ ତାରିଖ । ଆଜିର ଦିନରେ ଜନ୍ମ ହୋଇଥିଲେ ଦୁଇ ମହାପୁରୁଷ । ଦେଶର ସ୍ୱାଧୀନତା ପାଇଁ ସେମାନେ ଦେଇଥିଲେ ପ୍ରାଣବଳୀ । ସେଇ ବୀରପୁରୁଷ ଦୁଇ ଜଣ ହେଉଛନ୍ତି ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ । ଓଡିଶାର କଟକ ମାଟିରେ ଜନ୍ମ ନେଇଥିଲେ ନେତାଜୀ ସୁବାଷ ବୋଷ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ବଳିଦାନ ଥିଲା ଅତୁଳନୀୟ । ସୁବାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୨୩ରେ ସେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ସୁଭାଷ ବୋଷ ଦେଶର ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିଥିଲେ ସୁବାଷ ବୋଷ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ ।

‘ଦିଲ୍ଳୀ ଚଲୋ’, ‘ମତେ ରକ୍ତ ଦିଅ,ମୁଁ ଦୁମକୁ ସ୍ୱାଧୀନତା ଦେବି’ ଭଳି ଅନେକ ଆହ୍ୱାନରେ ସେ ଦେଶବାସୀଙ୍କୁ ସ୍ୱାଧୀନତା ପାଇଁଁ ଏକଜୁଟ କରିଥିଲେ । ସେହିଭଳି ବୀର ସୁରେନ୍ଦ୍ର ସାଏ ମଧ୍ୟ ଥିଲେ ଜଣେ ମହାନ ପୁରୁଷ । ସେ ଓଡିଶାର ସମ୍ବଲପୁରରେ ଜନ୍ମ ହୋଇଥିଲେ ଓ ସେ ମଧ୍ୟ ନୀଜ ଜୀବନକୁ ଦେଶ ପାଇଁ ଜଳାଞ୍ଜଳି ଦେଇଥିଲେ । ସେଇ ଦୁଇ ମହାପୁରୁଷଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ ।

Edit by Sushree Biswajeeta