(ପ୍ରଶାନ୍ତ କୁମାର ସ୍ୱାଇଁ): ଯୁକ୍ତରାଷ୍ଟ୍ର ଆମେରିକାର ତିନି ଜଣିଆ ସାମୁଦ୍ରିକ ବିଶେଷଜ୍ଞ ଦଳ ପାରାଦୀପ ମାଛଧରା ବନ୍ଦର ପରିଦର୍ଶନ କରିଛନ୍ତି । ଦଳରେ ଯୁକ୍ତରାଷ୍ଟ୍ର ଆମେରିକାର ଜୋସେଫ ଫେଟେ, ଜେଫ୍ ଗିଇରହଟ, ମିସ୍ ଇଶାବେଲଙ୍କ ସହ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିଶନର ବିଶାଲ ଗଗନ ମଧ୍ୟ ଉପସ୍ଥିତ ଥିଲେ । ଏହି ଦଳ ମାଛଧରା ବନ୍ଦରର ପାରିପାଶ୍ୱର୍ିକ ସ୍ଥିତି ସର୍ମ୍ପକରେ ଅନୁଧ୍ୟାନ କରିବା ସହ ଅଲିଭ ରିଡଲେ କଁଇଛଙ୍କ ସୁରକ୍ଷା ଦିଗରେ ବିଭାଗ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଇଛି ଏବଂ ମତ୍ସ୍ୟଜିବୀ ମାନେ କିଭଳି ପାଳନ କରୁଛନ୍ତି ଆଉ ସେମାନେ କଁଇଛ ସୁରକ୍ଷା ପାଇଁ ଟିଇଡି ଜାଲ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଏହି ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଥିଲେ । ମତ୍ସ୍ୟ ବିଭାଗର ବରିଷ୍ଟ ଅଧିକାରୀଙ୍କ ସହ ଏହି ଦଳ ସାମୁଦ୍ରିକ କଇଁଚ ସୁରକ୍ଷା ବ୍ୟବସ୍ଥା , ମାଛଧରା ବନ୍ଦରର ସ୍ଥିତି , ପରିମଳ ବ୍ୟବସ୍ଥା ଓ ମାଛଧରା ପଦ୍ଧତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଦଳ ପାରାଦୀପରେ ଥିବା ମାଛଧରା ଟ୍ରଲରର ଜାଲ ଓ ଅନାନ୍ୟ ସାଜ ସରଂଜାମ ଅନୁଧ୍ୟାନ କରିବା ସହ ଯାଂଚ କରିଥିଲେ । ଏହି ଆମେରିକିୟ ଦଳ ସହିତ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଣଳିୟ ଅଧୀନସ୍ଥ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ସଂସ୍ଥାର ଅଧିକାରୀ ଓ ରାଜ୍ୟ ମତ୍ସ୍ୟ ବିଭାଗର ବରିଷ୍ଟ ଅଧିକାରୀ ମାନେ ମାଛ ଧରା ପଦ୍ଧତି ଓ କଇଁଚ ସୁରକ୍ଷା ସମ୍ପର୍କରେ ନିଆଯାଉଥିବା ପଦକ୍ଷପ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ବିଶେଷଜ୍ଞ ଦଳ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରାଯିବବୋଲି ରାଜ୍ୟ ମତ୍ସ୍ୟ ବିଭାଗ ସଚିବ ତଥା କମିସନର କହିଛନ୍ତି ।