ଭୁବନେଶ୍ୱର : ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି କରାଯିବ । ଓଡିଶା ଓ ଛତିଶଗଡ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ ଟ୍ରିବ୍ୟୁନାଲ କମନ୍ ଇନଫରମେସନ ଫର୍ମାଟ ଚୂଡାନ୍ତ କରିବା ପରେ ପୁଣି ଏକ ବୈଠକରେ ହେବ ବୋଲି ଜଣାପଡିଛି । ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ମାସ ଗୁଡିକରେ ଅର୍ଥାତ୍ ନଭେମ୍ବର ରୁ ମେ’ ପର୍ୟ୍ୟନ୍ତ ୧.୭୪ ନିୟୁତ ଏକର ଫୁଟ (ଏମଏଏଫ) ମହାନଦୀ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବା ନେଇ ପ୍ରସ୍ତାବ ରହିଛି । କିନ୍ତୁ, ଏହି ପ୍ରସ୍ତାବ ଉପରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଏପର୍ୟ୍ୟନ୍ତ ଆଲୋଚନା କରିନାହାନ୍ତି । ଦୁଇ ରାଜ୍ୟର ଆଇନଜୀବୀଙ୍କୁ ନେଇ ଅନୌପଚାରିକ ବୈଠକ ହୋଇଛି । ମାତ୍ର, କୌଣସି ଉଚ୍ଚସ୍ତରୀୟ ବୈଠକ ବସିନାହିଁ । ଗତ ଶୁଣାଣି ସମୟରେ ଏକାଠି ବସି ଆଲୋଚନା କରିବା ପାଇଁ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ମତି ଜଣାଇଥିଲେ ବି ତାହା ସମ୍ଭବପର ହୋଇନାହିଁ ।
Edit by Sushree Biswajeeta