ବ୍ରିଟେନ – ୮ ସପ୍ତାହର ଶିଶୁକୁ ୧୬ କୋଟି ଟଙ୍କାର ଇଂଜେକ୍ସନ ।ଆପଣଙ୍କ ମନରେ ନିହାତି ପ୍ରଶ୍ନ ଉଙ୍କିମାରୁଥିବ ଯେ , ଶିଶୁଟିକୁ କେଉଁ ରୋଗ ହୋଇଛି କି ଯାହା ପାଇଁ ତାକୁ ୧୬ କୋଟି ଟଙ୍କାର ଇଜେଂକ୍ସନ ଦିଆଯିବ । ହୁଏତ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ ।ଦୁନିଆରେ ଏମିତି କେଉଁ ରୋଗ ଅଛି ଯାହା କ୍ୟାନସର ଠାରୁ ବି ଆହୁରୀ ମାରାତ୍ମକ । ତେବେ ଜାଣନ୍ତୁ ଜେନେଟିକ ସ୍ପାଇଲନ ସରକୁଲାର ବା ଏମଏସଏ ଭଳିରୋଗରେ ପୀଡିତ ଏହି ୮ ସପ୍ତାହର ଶିଶୁ । ଏହି ରୋଗ ଶରୀରର ଏସଏମଏନ-୧ ଜିନ୍ କମ୍ ଯୋଗୁଁ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଛାତିର ମାଂସପେଶୀ ଦୁର୍ବଳ ହୋଇପଡେ । ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହୋଇଥାଏ । ଏହି ରୋଗ ବିଶେଷ ଭାବେ ଶିଶୁ ମାନଙ୍କ ଠାରେ ଦେଖା ଦେଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଶିଶୁ ମାନଙ୍କ ମଧ୍ୟରେ ବ୍ରିଟେନର ସଂଖ୍ୟା ଅଧିକ । ସେଠାରେ ବାର୍ଷିକ ଜନ୍ମ ହେଉଥିବା ଶିଶୁ ମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଶିଶୁଙ୍କ ଠାରେ ଏହି ରୋଗ ଦେଖା ଦେଇଥାଏ । ବ୍ରିଟେନରେ ଶିଶୁମାନଙ୍କ ଠାରେ ଏହି ରୋଗ ଅଧିକ ଦେଖା ଦେଉଥିଲେ ବି ସେଠାରେ ଏହାର ଔଷଧ ପ୍ରସ୍ତୁତ କରାଯାଇପାରି ନାହିଁ । ଏହି ରୋଗ ପାଇଁ ଦିଆଯାଉଥିବା ଇଂଜେକ୍ସନର ନାମ ‘ଜେଲଗେନେସ୍ମା’ । ବ୍ରିଟେନ ଏହି ଇଂଜେକ୍ସନ ଜର୍ମାନ, ଜାପାନ ଓ ଆମେରିକା ଠାରୁ ମାଗାଇଥାଏ । ଏସଏମଏ ରୋଗରେ ପୀଡିତ ଶିଶୁ ମାନଙ୍କୁ ଏହି ଇଂଜେକ୍ସନ ମାତ୍ର ଗୋଟିଏ ଥର ଦିଆଯାଇଥାଏ । ‘ଜେଲଗେନେସ୍ମା’ ଇଂଜେକ୍ସନ ଏହି ୩ଟି ଜିନ୍ ଥେରାପି ପାଇଁ ବ୍ୟବହାର କରାଯାଇଥାଏ । ଯାହାକି କେବଳ ୟୁରୋପୀୟ ଦେଶ ମାନଙ୍କରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି । ଯେଉଁଥି ପାଇଁ ଏହି ଇଂଜେକ୍ସନ ଏତେ ମହଙ୍ଗା ହୋଇଛି ।
୩ ବର୍ଷ ପୂର୍ବରୁ ଏହି ରୋଗର ଚିକିତ୍ସା ହୋଇପାରୁ ନଥିଲା । ମାତ୍ର ୨୦୧୭ ରେ ବହୁ ଗବେଷଣା ପରେ ଏହି ଇଂଜେକ୍ସନର ଉତ୍ପାଦନ ଆରମ୍ଭ ହୋଇଥିଲା । ୨୦୧୭ ମସିହାରେ ଏହି ଇଂଜେକ୍ସନ ୧୫ ଜଣ ଶିଶୁଙ୍କ ଠାରେ ପ୍ରୟୋଗ କରାଯାଇଥିଲା । ଯାହା ବି ସଫଳ ହୋଇନଥିଲା । କାରଣ ଇଂଜେକ୍ସନ ନେଇଥିବା ୧୫ ଜଣ ଯାକ ଶିଶୁ ୨୦ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ ।
ଏବେ ଯେଉଁ ୮ ସପ୍ତାହର ଶିଶୁକୁ ଏହି ଇଂଜେକ୍ସନ ଦିଆଯିବ ତା’ର ନାମ ଏଡବର୍ଡ । ଶିଶୁଟିର ମାତା ପିତା ଏତେ ଟଙ୍କା ଯୋଗାଡ କରିବାର ସକ୍ଷମ ହୋଇନଥିଲେ । ସେମାନେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଏତେ ଟଙ୍କା ଯୋଗାଡ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ହେଲେ ସୂଚନା ମୁତାବକ ଏପର୍ୟ୍ୟନ୍ତ ମୋଟ ୧.୧୭ କୋଟି ଟଙ୍କା ସାହାଯ୍ୟ ମିଳିଛି । ହେଲେ ଏଡବର୍ଡର ମାତା ପିତା କହିଛନ୍ତି କି ସେମାନଙ୍କ ପାଇଁ ଟଙ୍କାର ମୂଲ୍ୟ ଠାରୁ ତାଙ୍କୁ ଶିଶୁ ଜୀବନର ମୂଲ୍ୟ ବଡ ଅଟେ ।
Edit by sanjulata sahoo