ଇନଫୋସିଟି ନାବାଳିକା ଗଣଦୂଷ୍କର୍ମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

(ଭୁବନେଶ୍ୱର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିଆର) ଠାରେ ହାଜର ହୋଇଛନ୍ତି । ତେବେ ସେ ବ୍ୟକ୍ତିଗତ ଭାବେ ନୁହେଁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି । ଆୟୋଗଙ୍କ ଆଗରେ ସେ ନିଜର ବୟାନ ରେକର୍ଡ କରିଛନ୍ତି । ପୀଡିତାଙ୍କୁ ଭେଟିବା ପାଇଁ ସେ ତାଙ୍କ ଘରକୁ ଯାଇ ନଥିବା ନିଜ ବୟାନରେ କହିଛନ୍ତି । ଏହି ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ତାଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଅଭିଯୋଗକାରିଣୀଙ୍କୁ ମଧ୍ୟ ହାଜର ହେବା ଆୟୋଗ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଆଜି ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଅବଧି ପୁରିବାର ୨ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଆଜି ଗିରଫଦାରି କରିଛି ।