(ଭୁବନେଶ୍ୱର / ଅନୁଭବ ଦାସ): କାନପୁର ବୃହତ୍ ଜଳସେଚନ ପ୍ରକଳ୍ପରେ ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ସମର୍ଥନ ଜଣାଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାଏକ । ଏହି ଜଳସେଚନ ପ୍ରକଳ୍ପ ଅନୁଯାଇ ସ୍ଥାନୀୟ ବାସିନ୍ଦାଙ୍କ ଜମିକୁ ଜବରଦଖଲ କରାଯାଇ ସରକାରଙ୍କ ରିହାବିଲିଟେଶନ ଏବଂ ରିସେଟଲମେଣ୍ଟ ଅନୁଯାଇ ତାଙ୍କୁ ନୂତନ ଜାଗାରେ ସ୍ଥାନାନ୍ତରିତ କରା ନଯିବାରୁ ଅତିଷ୍ଟ ହୋଇ ପ୍ରତିବାଦ ସ୍ୱରୁପ କାନପୁର ଅଞ୍ଚଳ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଛନ୍ତି । କାନପୁର ବାସିନ୍ଦାଙ୍କ ସହ ନିଶ୍ଚିତ ରୂପେ ଅନ୍ୟାୟ ହୋଇଥିବା ନିରଞ୍ଜନ ମତପ୍ରକାଶ କରିଛନ୍ତି । ସରକାରଙ୍କ ରିହାବିଲିଟେଶନ ଏବଂ ରିସେଟଲମେଣ୍ଟ ଆକ୍ଟ ଅନୁଯାଇ କାନପୁର ଅଞ୍ଚଳ ବାସିନ୍ଦାଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ନ କରାଯାଏ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବା ନେଇ ନିରଞ୍ଜନ ପଟ୍ଟନାଏକ କଡା ଚେତାବନୀ ଦେଇଛନ୍ତି ।