(ଦିଲ୍ଲୀପ ସାହୁ / ଜଗତସିଂହପୁର): ମନ୍ଦିର ପରିସରରେ ମହିଳା ଓ ତାଙ୍କ ଝିଅ ଉପରେ ମରଣାନ୍ତକ ଆକ୍ରମଣ ସହ ଜୀବନରେ ମାରିଦେବାକୁ ଧମକ।ଝିଅ ଗୁରୁତର ଆହତ ହୋଇଥିବା ବେଳେ ଅଭିଯୋଗର ୧୨ଘଣ୍ଟା ପରେ ମଧ୍ୟ ପୋଲିସର କାର୍ୟ୍ୟାନୁଷ୍ଠାନ ନାହିଁ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଇବ୍ରିସିଂ ଠାରେ ଥିବା ମା”ଉତ୍ତରେଶ୍ୱରୀ ମନ୍ଦିର ପରିସରରେ।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଇବ୍ରିସିଂ ଠାରେ ଥିବା ପ୍ରସିଦ୍ଧ ମା’ଉତ୍ତରେଶ୍ୱରୀଙ୍କ ମନ୍ଦିର।ଛୋଟପିଲାଙ୍କୁ ଜ୍ୱର, ପିହୁଳା ଜ୍ୱର ଓ ଯେ କୌଣସି ରୋଗ ହେଲେ ମାଆଙ୍କୁ ପୂଜାର୍ଚ୍ଚନା କରି ମାନସିକ କଲେ ରୋଗ ଭଲ ହେଉଥିବା ବିଶ୍ୱାସ ରହିଛି।ସେଥିପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଦୈନିକ ଶହ ଶହ ଲୋକ ଛୁଟି ଆସନ୍ତି ଏଠାକୁ।ମା’ଉତ୍ତରେଶ୍ୱରୀଙ୍କ ପୀଠର ପ୍ରସିଦ୍ଧି ଥିବା ବେଳେ ପୀଠର ମାଲିକାନାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି।ମାମଲା ନ୍ୟାୟାଳୟରେ ଚାଲିଥିବା ବେଳେ ଗତକାଲି ଅପରାହ୍ନରେ ମନ୍ଦିର ପରିସରରେ ଦେବଜ୍ୟୋତି କାନୁନଗୋ ନାମକ ଯୁବକ ମନ୍ଦିରର ମାର୍ଫତଦାର ବ୍ରଜକିଶୋର କାନୁନଗୋଙ୍କ ଝିଅ ତନୁଶ୍ରୀକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଟଣାଓଟରା ଓ ମାଡମାରିଥିଲା। ମନ୍ଦିର ପରିସରରେ ଆକ୍ରମଣ କରୁଥିବା ବେଳେ ତନୁଶ୍ରୀର ଝିଅ ଭିଡିଓ ରେକଡ଼ିଂ କରୁଥିବାରୁ କାଠଫାଳିଆରେ ଆକ୍ରମଣ କରିଥଲା ଅଭିଯୁକ୍ତ।ଝିଅର ମୁଣ୍ଡ ପଛପଟେ ଗଭିର ଆଘାତ ଲାଗିଥିବାରୁ କଟକ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି।ଗତକାଲି ଅପରାହ୍ନ ୨ଘଟିକାର ଘଟଣା ଘଟିଥିବା ବେଳେ ଏପର୍ୟ୍ୟନ୍ତ ପୋଲିସ ଏପର୍ୟ୍ୟନ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେଇନାହିଁ ବୋଲି ଅଭିଯୋଗ ହୋଇଛି।
ଅନ୍ୟ ପକ୍ଷରେ ମାମଲା ରୁଜ୍ଜୁ ହୋଇଥିବା ତିର୍ତ୍ତୋଲ ଥାନା ଅଧିକାରୀ କହି ବାହାରେ ଅଛି ପରେ କଥାହେବି ଫୋନ କାଟିଦେଇଛନ୍ତି।ମହିଳା ଓ ତାଙ୍କ ଝିଅ ଆକ୍ରମଣ ପରେ ଭୟଭୀତ ଥିବା ବେଳେ ଏବେ ପୋଲିସ କାର୍ୟ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।