କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଘାଟନ ପୂର୍ବରୁ ଫିତା କାଟି ଚର୍ଚ୍ଚାରେ ସୂଚନା ଅଧିକାର କର୍ମୀ ଅନୁଜ ମହାପାତ୍ର ।

ଜଳେଶ୍ୱର (ଅଜିତ୍ ସାହୁ)- ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରି ଚର୍ଚ୍ଚାରେ ସୂଚନାଅଧିକାରୀ ଅନୁଜ ମହାପାତ୍ର । ଏଭଳି ଚିର୍ଚିତ ଘଟଣା ବାଲେଶ୍ୱର ଜିଲ୍ଲା, ବାଲିଆପାଳ ବ୍ଲକ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଶୁଦ୍ଧ ପାନୀୟ ଜଳ କୁ ଉଦ୍ଘାଟନ କରିଥିବାର ଦେଖିବାକୁ ମିଳିଛି, ।
ସୂଚନା ମୁତାବକ, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ ମେଡିକାଲ ପରିସରରେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ସଧାରଣ ଲୋକଙ୍କ ଉଦ୍ଧେଶ୍ୟରେ ସ୍ୱୟଂ ଚାଳିତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କୁ ବାଲେଶ୍ୱର ସାଂସଦ ତଥା ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସରକାରି ଭାବେ ଉଦ୍ଘାଟନ କରିବାର ଥିଲା, ମାତ୍ର କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମେଡିକାଲ ପରିସର କୁ ନଆସି ଅନ୍ୟତ୍ର ହେଉଥିବା ରକ୍ତଦାନ ଶିବିରକୁ ଯାଇଥିଲେ । ତେବେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଓ ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିବେ ବୋଲି କେନ୍ଦ୍ର ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ଅନୁଜ ମହାପାତ୍ର। ମାତ୍ର କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିସରକୁ ନଆସି ରକ୍ତ ଦାନ ଶିବିରକୁ ଚାଲି ଯିବାରୁ , ସୂଚନା ଅଧିକାର କର୍ମୀ ଅନୁଜ ମହାପାତ୍ର ବ୍ଲେଡ଼ ଯୋଗେ ଫିତା କାଟିଥିଲେ । ତେବେ ଏନେଇ ଅନୁଜ ମହାପାତ୍ର କହିଛନ୍ତି କି ଅହେତୁକ ବିଳମ୍ବ ଓ ସମାୟୁନ ବର୍ତ୍ତିତା ନଥିବାରୁ ସେ ଏପରି କରି ଚେତାବନୀ ଦେଇଛନ୍ତି ମାତ୍ର ଏଥିରେ କୌଣସି ରାଜନୈତିକ ସଡ଼ଯନ୍ତ୍ର ନାହିଁ।ଅନ୍ୟ ପଟେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରକ୍ତଦାନ ଶିବିରରେ ଯୋଗ ଦେଇ ସେଠାରୁ ଫେରି ଶୁଦ୍ଧ ପାଣି ପ୍ରକଳ୍ପ ରୁ ସରକାରୀ ଭାବେ ଉଦ୍ଘାଟନ କରିଥିଲେ।