(ଦୀପକ ମିଶ୍ର / ଉଦଳା): ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଯୋଜନା ଲୋକଙ୍କ ପାଖରେ କେତେ ଫଳପ୍ରଦ ହେଉଛି ତାହା ଏହି ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ଜନ୍ମରୁ ଭାଇ ଭଉଣୀ ଦିବ୍ୟଙ୍ଗ ଥିବା ବେଳେ ସରକାରଙ୍କ ସରକାରୀ ଯୋଜନାରେ ଭତ୍ତା ଏବେ ସେମାନଙ୍କ ପାଖରେ ଅପହଞ୍ଚ ହୋଇ ରହିଛି । ଶତ ପ୍ରତିଶୋଧ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ଭତ୍ତା ନମିଳିବା ସରକାରୀ ଉଦାସୀନତାକୁ ଏଠାରେ ସ୍ପଷ୍ଟ ବାରି ହେଉଛି । ଭଙ୍ଗା କୁଡ଼ିଆ ତଳେ ଏହି ପରିବାରଙ୍କ ଜୀବନ ବିତୁଥିଲା ବେଳେ ଦିବ୍ୟାଙ୍ଗଙ୍କୁ ସରକାରୀ ଯୋଜନାରେ ଘର, ଭତ୍ତା ଓ ଦିବ୍ୟାଙ୍ଗ ବିଷ୍ଣୁଙ୍କୁ ଟ୍ରାଇସାଇକେଲ ମିଳିନଥିବା ଅଭିଯୋଗ ହୋଇଛି ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଉପରତାଳଡିହା ଗ୍ରାମର ଏ ହେଉଛି ଗୁରଭା ସିଂଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ଓ ପୁଅ, ଝିଅ । ପ୍ରତ୍ୟେକ ବାପ ମା ଚାହାଁନ୍ତି ପୁଅ ହେଉ ବା ଝିଅ ବୃଦ୍ଧ ଅବସ୍ଥାରେ ବାପାମଆଙ୍କ ସେବା କରିବେ କ୍ଷ ହେଲେ ଗୁରୁଭାଙ୍କ ପରିବାର ପାଇଁ ଏବେ ଦୁଃଖ କହିଲେ ନସରେ କାହିଁକି ନା ପୁଅ ଝିଅ ସିନା ଜନ୍ମ ହେଲେ ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଗୁରୁଭାଙ୍କ ବଡ଼ଝିଅ ସସ୍ମିତା ଜନ୍ମରୁ ଅନ୍ଧ ଥିବାବେଳେ ପୁଅ ବିଷ୍ଣୁ ବିକଳାଙ୍ଗ । ତେବେ ଦିବ୍ୟାଙ୍ଗ ପୁଅ ଝିଅକୁ ନେଇ ସେମାନଙ୍କ ଭବିଷ୍ୟତ କିପରି ଗଢିବେ ତାହାକୁ ନେଇ ନିରୁପାୟ । କେବଳ ନିଜର ଭାଗ୍ୟକୁ ଭରସା କରି ଦିବ୍ୟାଙ୍ଗ ପୁଅ ଝିଅକୁ ଚାହିଁ ବଞ୍ଚିରହିଛନ୍ତି ବାପା ମାଆ ।
ପରିବାର ଲୋକେ ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ପ୍ରମାଣ ପତ୍ର ଥାଇ ଭତ୍ତାଟିଏ ପାଇଁ ଆବେଦନ କରିଥିଲେ ମଧ୍ୟ ବାରମ୍ବାର ନିରାଶ ହେବାକୁ ପଡିଛି । ତେବେ ସରକାରଙ୍କର ଯୋଜନା ବାସ୍ତବରେ ଏହି ଗୁରୁଭା ପରିବାରଙ୍କ ପାଇଁ କେତେ ଫଳପ୍ରଦ ହୋଇଛି । ତେବେ ଏ ସମ୍ପର୍କରେ ଆମେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଭତ୍ତା ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା ବେଳେ ସେ ଖୁବ ଶୀଘ୍ର ଭତ୍ତା ଯୋଗାଇ ଦେବେବୋଲି ଆମକୁ ପ୍ରତିଶୃତି ଦେଇଛନ୍ତି ।
ତେବେ ଏହି ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡିବ ଓ ପ୍ରଶାସନର ସହାୟତାର ହାତ କେବେ ବଢାଇବ ତାହାକୁ କେବଳ ଅପେକ୍ଷା ।