(ଜୟନ୍ତ କୁମାର ସେଠୀ / ପୁରୀ): କୋଣାର୍କ ମହୋତ୍ସବ ୨୦୨୦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଭିତରେ କିଭଳି ଭାବରେ ମହୋତ୍ସବ ଆୟୋଜନ କରାଯିବ ସେ ନେଇ ଆଲୋଚନା କରାଯାଇଛି । ବିଶେଷକରି କୋଣାର୍କ ମହୋତ୍ସବ ସହିତ ଇକୋ ରିଟ୍ରିଟ କାର୍ୟ୍ୟ କରିବା ପ୍ରଶାସନ ପାଇଁ ଏକ ରକମ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ସୁରୁଖୁରୁରେ କରୋନା କଟକଣା ଭିତରେ ସମସ୍ତ କାର୍ୟ୍ୟ ତ୍ଵରାନିତ ପାଇଁ ବ୍ୟବସ୍ଥା କରାଯାଉଛି ।ଡିସେମ୍ଵର ୧ ତାରିଖରୁ ଡିସେମ୍ଵର ୫ ତାରିଖ ପର୍ୟ୍ୟନ୍ତ ଆୟୋଜିତ ଏହି ମହୋତ୍ସବରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଆଯାଇ ରଙ୍ଗ ମଞ୍ଚରେ ଏକ ତୃତିୟାଂଶ ଦର୍ଶକ ସାଂସକୃତିକ କାର୍ୟ୍ୟକ୍ରମ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାକ୍ସ ଓ ସାନିଟାଇଜକୁ ଗୁରୁତ୍ଵ ଦିଆଯିବ । ଏହା ସହିତ ଚନ୍ଦ୍ରଭାଗା ବେଳାଭୂମିରେ ୨୦ ଟି ଷ୍ଟଲ ପାଇଁ ଅନୁମତି ମିଳିବ ବୋଲି ସ୍ଥିର କରାଯାଇଛି । ଏହା ସହିତ ଚଳିତ ବର୍ଷ ସୋସିଅ।ଲ ମିଡିଅ। ୟୁଟୁବ ଫେସବୁକ ଲାଇଭ ମାଧ୍ୟମରେ ଘରେ ରହି କୋଣାର୍କ ମହୋତ୍ସବ ଉପଭୋଗ ପାଇଁ ବ୍ୟବସ୍ଥା କରାଯିବାର ରହିଛି । ଏହି ବୈଠକରେ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରିଡା ମନ୍ତ୍ରୀ ତୁଷାରିକାନ୍ତି ବେହେରା, ପର୍ୟ୍ୟଟନ ସଚିବ ଆର ସଚିନ ଯାଦବ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।