(ଜୟନ୍ତ କୁମାର ସେଠୀ / ପୁରୀ): ଜାତୀୟ ଦଳିତ ସଂଘ ପକ୍ଷରୁ ପିପିଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶେଷକରି ଗୋଚର ଜମିକୁ ବେଆଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ବଦଳରେ ପ୍ରଶାସନ ଚୁପ ବସିଥିବା ସହ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ତାଙ୍କ ନାମରେ ଜମି ବିକ୍ରି ସହ ପଟ୍ଟା କରାଯାଉଥିଲେ ମଧ୍ୟ ସ୍ଥାନୀୟ ତହସିଲ ପ୍ରଶାସନ ଚୁପ ବସିଛି ବୋଲି ଜାତୀୟ ଦଳିତ ମହାସଂଘ ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି । ସେପଟେ ସାତ ଦିନ ମଧ୍ୟରେ ଏହା ଉପରେ କାର୍ୟ୍ୟାନୁଷ୍ଠାନ ନିଆନଗଲେ ଆରଡିସିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ସଂଘ ଚେତାବନୀ ଦେଇଛି । ସେପଟେ ଧାରଣାରତ ଆନ୍ଦୋଳନକାରୀଙ୍କ ପାଖରେ ସ୍ଥାନୀୟ ତହସିଲଦାର ପହଂଚି ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ଦେଇଛନ୍ତି ।
ବାଇଟ- ବିଜୟ ସେଠୀ (ସଭାପତି ଜାତୀୟ ଦଳିତ ମହାସଂଘ)