ଫୁଲଝାଡୁ ଚାଷ ନାମରେ ଆଦୀବାସୀ ଉନ୍ନୟନ ସଂସ୍ଥାର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

(ବନବାସୀ ପ୍ରଧାନ /କନ୍ଧମାଳ): ସରକାର ଚାଷୀର ଉନ୍ନତି ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମା ପିଟୁଥିବାବେଳେ କନ୍ଧମାଳ ଜିଲ୍ଲାରେ ଏହାର ଓଲଟା ଦେଖିବାକୁ ମିଳିଛି ।ନିରିହ ଆଦିବାସୀ ଚାଷୀଙ୍କୁ ଖୋଦ ଆଦିବାସୀ ଉନ୍ନୟନ ସଂସ୍ଥା କିଭଳି ମୋହରା କରି ଆଦିବାସୀ ଚାଷୀ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଖବର ଅନୁଯାୟୀ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତୀ ଯୋଜନାରେ ଫୁଲଝାଡୁ ଚାଷ ନିମନ୍ତେ ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଏଫଏଡିପି ମାଧ୍ୟମରେ ବାଲିଗୁଡା ବ୍ଳକର କୁଟିକିଆ ପଞ୍ଚାୟତର ଇର୍ପିପଦର ଠାରେ ଦୁଇଜଣ ଚାଷୀଙ୍କୁ ଏହି ଚାଷ ନିମନ୍ତେ ଓ୍ବାର୍କଅଡର ଦେଇଥିଲେ । କାଯ୍ୟାରମ୍ଭ ଗତ ବର୍ଷ ୧୫ ତାରିଖ ଥିବାବେଳେ ଚାଷୀକୁ ବର୍ତ୍ତମାନ ସୁଧା କିଛିବି ସାମଗ୍ରୀ ମିଳିନଥିବା ଚାଷୀ ସିଗୁଂତା ମଳିକ ଅଭିଯୋଗ କରିଛି ।
ମଜୁରୀ,ତାରବାଡ,ଅନ୍ୟାନ୍ୟ ସାମଗ୍ରୀ ଦେବାକୁ କହିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଚିଠିକୁ ବେଖାତିରି କରି ଆଜିସୁଧା ଚାଷୀକୁ କୈଣସି ସାହାଯ୍ୟ କରିନାହିଁ ଆଦିବାସୀ ଉନ୍ନୟନ ସଂସ୍ଥା ।ଏ ବିଷୟରେ ଆଇଟିଡିଏ ପିଏଙ୍କୁ ପଚାରିବାରୁ ସେ କିଛି କହି ପାରିବିନାହିଁ ବୋଲି କହିଥିଲେ । ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ ଜିଲ୍ଲାପାଳଙ୍କ ଚିଠିକୁ ବେଖାତିରି କରି ଚାଷୀକୁ ମଜୁରୀ,ତାରବାଡ,ସାମଗ୍ରୀ ଦେଇନଥିବା ,ମନମୁଖୀ କାଯ୍ୟ ଚଳାଇଥିବା ଆଇଟିଡିଏ ପିଏଙ୍କ ଉପରେ ଜିଲ୍ଲାପାଳ ଦୃଢ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀକୁଳ ଦାବୀ କରିଥିବା ବେଳେ ଫୁଲଝାଡୁ ଚାଷକରି ହତାସ ହୋଇଥିବା ଚାଷୀକୁ କ୍ଷତିପୂରଣ ଦେବାକୁ ମଧ୍ୟ ଦାବୀ ହେଉଛି ।ଖୋଦ ଯଦି ଆଦିବାସୀ ଉନ୍ନୟନ ସଂସ୍ଥା ନିରିହ ଆଦୀବାସି ଚାଷୀ ମାନଙ୍କୁ ଠକିବ ତାହାହେଲେ କହିବ କାହାକୁ ।ଏଭଳି ଭାବରେ ଆହୁରି ଅନେକ ସ୍ଥାନରେ ଚାଷ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଆଇଟିଡିଏ ,ଏଫଏଡିପି ସଂସ୍ଥା ବିରୋଧରେ ତଦନ୍ତ କରି ଦୋଷୀ ଅଫିସର ବାବୁ ମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭିଜିଲାନ୍ସ ଦ୍ବାରା ତଦନ୍ତ କରାଯିବାକୁ ଦାବୀ ହେଉଛି ।