( ଦୀପକ ମିଶ୍ର / ଉଦଳା): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ଖୁସିରେ ପାଳନ କରିବା ପାଇଁ ସମସ୍ତେ ତତ୍ପର ଥିବା ବେଳେ କୋଭିଡ କଟକଣା ଯୋଗୁ ସମସ୍ତଙ୍କୁ ହେବାକୁ ପଡିଛି ନିରାଶ । ତେବେ କୋଭିଡ କଟକଣା ଯୋଗୁଁ ନିଜର ଵ୍ୟବସାୟକୁ ନେଇ ଚିନ୍ତାରେ ବାଣ କାରିଗର ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡ଼ିହିରାକୁଳ ଗ୍ରାମର ଏ ହେଉଛନ୍ତି ଚନ୍ଦ୍ରଶେଖର ଜେନା । ଚନ୍ଦ୍ରଶେଖର ଜଣେ ବାଣ କାରିଗର ଭାବେ ଉପଖଣ୍ଡରେ ବେଶ ପରିଚିତ । ତାଙ୍କର ପୂର୍ବ ପୁରୁଷ ମାନେ ବାଣ ତିଆରି କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତେବେ ବର୍ତ୍ତମାନ ଚନ୍ଦ୍ରଶେଖର ଏବେ ନିଜେ ବାଣ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିବା ସହ ଅନ୍ୟ ମାନଙ୍କୁ ଆତ୍ମନିର୍ଭରଶିଳ କରାଇବାର ପ୍ରୟାସ ଜାରି ରଖିଛନ୍ତି । ତେବେ ବିଭିନ୍ନ ପ୍ରକାର ବାଣ ତିଆରି କରି ପରିବାର ପ୍ରତିପୋଷଣ କରିଆସୁଥିବା ବେଳେ ଏବେ କୋଭିଡ କଟକଣା ଯୋଗୁ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି ।