ପୁଲିସ ପଞ୍ଝାରେ ଦୁଇ ନିଶାଦିଆ ଲୁଟେରା

(ରିପୋଟର୍ସ ଟୁଡେ/ ସରୋଜ କୁମାର ରାଉତ): ନିଶାଦେଇ ଲୁଟ କରିବା ଅଭିଯୋଗରେ ଗତକାଲି ଖଣ୍ଡଗିରି ଥାନା ପୁଲିସ ଦସ୍ୱବ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ସୁଶାନ୍ତ ରାଉତ ଓ ସୀମାଞ୍ଚଳ ସୁବୁଦ୍ଧି । ପୁଲିସ ୂସେମାନଙ୍କଠାରୁ ଗୋଟିଲଏ ବାଇକ ଦୁଇଟି ମୁଦି, ଗୋଟିଏ ସୁନା ଚେନ, ନଗଦ ୧ ଲକ୍ଷ ୮ ହଜାର ଟଙ୍କା, ବିଦେଶୀ ମୁଦ୍ରା ସହ ବହୁ ମୁଲ୍ୟବାନ ସାମଗ୍ରୀ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ବରମୁଣ୍ଡା ବସଷ୍ଟାଣ୍ଡରୁ ଗତ କିଛି ଦିନ ତଳେ ଜଣେ ଯାତ୍ରୀଙ୍କୁ ନିଶାଦେଇ ସବୁ କିଛି ଲୁଟି ନେଇଥିବା ଅଭିଯୋଗ ହେବପରେ ପୁଲିସ ଏହି ଲୁଟେରାମାନଙ୍କ ଉପରେ ନଜର ରଖିଥିଲା । ଏକ ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ପୁଲିସ ଅଚାନକ ଚଢାଉ କରି ଏହି ଦୁଇ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ନାଁରେ ଖଣ୍ଡଗିରି ଥାନା ଛଡା ଭୁବନେଶ୍ୱର କ୍ୟାପିଟାଲ ଓ ଜିଆରପି ଥାନାରେ ମଧ୍ୟ ଅଭିଯୋଗ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।