(ଜୟନ୍ତ କୁମାର ସେଠୀ / ପୁରୀ): ମିଳିମିଶି ଚଳୁ କରି ଦେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା । ପଞ୍ଚାୟତର ଉନ୍ନୟନ ମୂଳକ କାର୍ୟ୍ୟ ହୋଇଥିବା ଦର୍ଶାଇ ସରକାରୀ ଅର୍ଥ ବାଟମାରଣା ହୋଇ ଚାଲିଥିବା ବେଳେ ସବୁ ଜାଣିଶୁଣି ଚୁପ ବସିଛି ବ୍ଲକ ଓ ଜିଲ୍ଲା ପ୍ରଶାସନ । ଶ୍ମଶାନ, ଗାଧୁଆ ତୁଠ, ଗ୍ରାମରେ ବିଦ୍ୟୁତକରଣ ପାଇଁ ଷ୍ଟ୍ରିଟ ଲାଇଟ ମହିଳା ସ୍ଵୟଂ ସହାୟକ ନିମନ୍ତେ ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନିତୀ ହୋଇଥିବାର ଦସ୍ତାବିଜ ଲାଗିଛି ରିପୋର୍ଟରସ ଟୁଡେ ହାତରେ ।
ଖଣ୍ଡିଏ ଇଟା ନ ପଡି ଉଠି ଯ।ଇଛି ଲକ୍ଷଲକ୍ଷ ଟଙ୍କା । ଗୋପ ସୋରଭା ପଞ୍ଚାୟତରେ ସରକାରୀ ଅର୍ଥକୁ ବାଟମାରଣା ହେ।ଇ ଚାଲିଥିଲେ ମଧ୍ୟ ପ୍ରଶାସନର ନିରବତା ହିଁ ଜଣାଇ ଦେଉଛି ଦୁର୍ନିତୀର ଚେର କେତେ ଲମ୍ଵଛି । ପଞ୍ଚାୟତର ସାନକୁଲା ଅଞ୍ଚଳରେ ହୋଇଥିବା ଦୁର୍ନିତୀ ହିଁ ବୟାନ କରୁଛି ପଞ୍ଚାୟତରେ କିଭଳି ଚାଲିଛି ସରକାରୀ ବାବୁ ମାନଙ୍କ ଛତ୍ର ଛାୟା ତଳେ ଦୁର୍ନିତୀ । ସରକାରୀ ତଥ୍ୟନୁସାରେ ।ଗୋପ ବ୍ଲକ ସୋରଭା ପଞ୍ଚାୟତ ସମକୁଲାରେ୧୭/୧୮ ଅ।ର୍ଥିକ ବର୍ଷରେ ଦୁଇ ଗୋଟି ଶ୍ମଶାନ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଶ୍ମଶାନ ପାଇଁ ତିନୋଟି ପର୍ୟ୍ୟାୟରେ ୩ ଲକ୍ଷ ୭୯ ହଜାର ୬୯୮ ଟଙ୍କା ବିଲ ହୋଇସାରିଛି । କିନ୍ତୁ ସମକୁଲା ପାଇଁ ଆସିଥିବା ଦଳିତ ସାହି ରେ ଶ୍ମଶାନ କାର୍ୟ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ସବର୍ଣ୍ଣ ଏବେ ମଧ୍ୟ ଖୋଲା ମଶାଣି ରେ କାଦୁଆ ନଦୀ ପାର୍ଶ୍ଵରେ ଶବ ଦାହ କରୁଛନ୍ତି । କିନ୍ତୁ ଶ୍ମଶାନ ପାଇଁ ଟଙ୍କା ଉଠି ସାରିଛି । ଦେଖନ୍ତୁ ଏହି ସରକାରୀ ତଥ୍ୟକୁ ଶ୍ମଶାନ ପାଇଁ ଭାଉଚରନଂ ୠୠଉ/୨୦୧୮/୧୯-ଚ/୧୭ ରେ ୧ଲକ୍ଷ ୩୯ ହଜାର,ଭାଉଚର ନଂ ୠୠଉ/୨୦୧୮/୧୯-ଚ-୫ ରେ ୧ଲକ୍ଷ ୨ ହଜାର ୬୯୮, ଭାଉଚର ନଂ ୠୠଉ/୨୦୧୮-୧୯-ଚ/୨୮ ୧ଲକ୍ଷ ୩୮ ହଜାର ଟଙ୍କା ବିଲ ହୋଇ ସାରିଥିବା ବେଳେ ଏବେ ମଧ୍ୟ ସବର୍ଣ୍ଣ ଙ୍କ ଶ୍ମଶାନ ରେ ଇଟା ଖଣ୍ଡିଏ ନ ପଡି ବିଲ୍ ନେଇ ସାରିଛି ଠିକାଦାର । ସେହିପରି ୪ଗ୍ଧଷ ଝଗ୍ଧବଗ୍ଧର ୠସଦ୍ଭବଦ୍ଭମର ଗ୍ଦମଷରଜ୍ଞର ରେ ଭାଉଚର ନଂ- ୪ଗ୍ଧଷ ଝଲମ/୨୦୧୭-୧୮/କ୍ଟ୍ର/୧-ରେ ୭୨ ହଜାର ୮୮୮ ଟଙ୍କା ଏସଏସଜି ମହିଳା ମାନଙ୍କ ମାନଙ୍କ ଉଦ୍ଦିଷ୍ଟ ଗୃହ ନିର୍ମାଣ ପାଇଁ ଅର୍ଥ ବିଲ ହୋଇ ସାରିଥିଲେ ମଧ୍ୟ ଘର ର ଚିହ୍ନ ବର୍ଣ୍ଣ ସମାକୁଲା ଗଁ।ରେ ନଥିବା ବେଳେ ଏସଏସଜି ମହିଳା ସରକାରୀ ଅର୍ଥ ବାବଦ ରେ କେହି ଜାଣି ନଥିବା ସମସ୍ତଙ୍କୁ ଚକିତ କରିଛି,ସେହିପରି କାଦୁଅ। ତୁଠ ପାଇଁ ସମକୁଲା ଗଁ।ରେ ଚତୁର୍ଦ୍ଦଶ ଅର୍ଥକମିଶନ ଅର୍ଥ ରେ ଭାଉଚର ନଂ ୠୠଉ/୨୦୨୦-୨୧/ଚ-୨ ରେ ୧ଲକ୍ଷ ୮୭ ହଜାର ୨ଶହ ୪ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁଣି ତୁଠ ପାଇଁ ୮୭ ହଜାର ୧୭୨ ଟଙ୍କା ବିଲ ହୋଇ ସାରିଛି । ଏହାଛଡା ସମା ପ୍ରାଥମିକ ବିଦ୍ୟାଳୟ ପାଇଁ ମରାମତି ଓ ପୁନଃରୁଦ୍ଧାର ପାଇଁ ୧ଲକ୍ଷ ୯୪ ହଜାର ୪୩ ଟଙ୍କା ଖର୍ଚ୍ଚ କରାଯାଇଥିବା ବିଲ ଉଠାଯାଇଥିବା ବେଳେ ଏହି ଅର୍ଥକୁ ବାଟମାରଣା ର ଅଭିଯୋଗ କରିଛନ୍ତି ଗ୍ରାମଵାସୀ । କେବଳ ଏତିକି ନୁହେଁ ଗଁ।ରେ ବିଦ୍ୟୁତ କରଣ ପାଇଁ ଖୁଣ୍ଟ ଗୁଡିକରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରାଯାଇଥିବା ଦର୍ଶାଇ ୨୦୧୯ ଆର୍ଥିକ ବର୍ଷ ଠାରୁ ଏ ପର୍ୟ୍ୟନ୍ତ ୫ ଲକ୍ଷ ୧୦ ହଜାର ୫୪୦ ଟଙ୍କାର ଲାଇଟ କିଣାଯାଇଥିବା କୁହାଯାଉଥିବା ବେଳେ ବିଦ୍ୟୁତ ଖୁଣ୍ଟ ହିଁ ବୟାନ କରୁଛି ଗାଁରେ ଅ।ଲୋକିକରଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରେ କେତେ ଲାଇଟ ଲାଗିଛି ।
ସେପଟେ ସୋରଭା ପଞ୍ଚାୟତରେ ବ୍ୟାପକ ଦୁର୍ନିତୀ ହୋଇ ଚାଲିଥିବା ବେଳେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ବୋଲି ସମାଜସେବୀ ଅଭିଯୋଗ କରିଥିବା ବେଳେ ବାରମ୍ଵାର ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଅପରପଟେ ସୋରଭା ପଞ୍ଚାୟତରେ ହେଉଥିବା ଦୁର୍ନିତୀ ସଂପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକିୟା ମିଳିପାରି ନାହିଁ।