ଗ୍ରାମ ମୁଖ୍ୟ ରାସ୍ତା ପ।ଲିଟିଛି ମରଣଯନ୍ତ।

(ଦୀପକ ମିଶ୍ର / ଉଦଳା): ଏବେ ବି ଏମିତି ରାସ୍ତା ରହିଛି ଗାଁ ଭିତରକୁ ମୋଟର ସାଇକେଲରେ ତୋ ଯିବା ଦୂର କଥା ପାଦରେ ଚାଲିକି ଯିବାକୁ ଡରଲାଗୁଛି । ଦଶ ବର୍ଷ ହେଲାଣି ଗାଁ ରାସ୍ତାରେ ପଡିନି ମୁଠାଏ ମାଟି । ବର୍ଷା ଦିନ ଆସିଲେ ଯାତାୟାତ ସମ୍ପୂର୍ଣ୍ଣ ଠପ ହେଇଯାଏ । ଏହିପରି କି ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସିପାରେ ନାହିଁ । ରାସ୍ତା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡସିଙ୍ଗାରୀଆ ପଞ୍ଚାୟତର ସୁନାପାଳ ଗ୍ରାମର କଥା । ଉକ୍ତ ଗ୍ରାମରେ ୩୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଚାରୋଟିରୁ ପାଞ୍ଚଟି ଗାଁରେ ଲୋକେ ଯାତାୟାତ କରିଥାନ୍ତି ଯେହେତୁ ରାସ୍ତାଟି ଉଦଳା ବାରିପଦା ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଛି । ପଞ୍ଚାୟତର ମୁଖ୍ୟ ରାସ୍ତା କହିବାକୁ ଗଲେ ଏହି ରାସ୍ତାଟି । ରାସ୍ତା ସାରା ଖାଲ ଖମା ରେ ଭର୍ତ୍ତି ହୋଇଥିବା ବେଳେ କିଛି ସ୍ଥାନରେ ପଥର ପଡିଥିବା ଯୋଗୁଁ ଲୋକମାନେ ଯିବାତ ଦୂରର କଥା ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଯାଇପାରୁନାହିଁ । ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।

ଗାଁକୁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଯୋଜନା ଥିବା ବେଳେ ବିଗତ ଦଶ ବର୍ଷ ହେବ ଏହି ରାସ୍ତାରେ ମୁଠାଏ ମାଟି ପଡ଼ିନଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବର୍ଷା ଦିନ ଆସିଲେ ରାସ୍ତାର ଦୁରାବସ୍ଥା ପାଇଁ ଗାଁ ଲୋକଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଯାଏ । ତେବେ ଆଗାମୀ ଦିନରେ ଏହି ଗାଁର ରାସ୍ତା ସମସ୍ୟା ଦୂର ନହେଲେ ଗ୍ରାମବାସୀ ମାନେ ନିଜେ ରାସ୍ତା ତିଆରି କରିବ। ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ରାସ୍ତାର ସମସ୍ୟା ସମ୍ପର୍କରେ ଉଦଳା ବିଡ଼ିଓଙ୍କୁ ପଚାରିବାରୁ ସେ ରାସ୍ତାର ସମସ୍ୟା ସମ୍ପର୍କରେ ଅବଗତ ହୋଇ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।