ଛାନୁଆରେ ବିଜେଡି ପକ୍ଷରୁ ସାଧରଣ ସଭା ଅନୁଷ୍ଠିତ

(ଅଜିତ ସାହୁ / ଜଳେଶ୍ୱର): ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ ନୀତିରେ ପ୍ରଚାର ପ୍ରସାର କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଏନେଇ ସଦର ନିର୍ବାଚନ ମଣ୍ଡଳୀ ଛାନୁଆ ପଞ୍ଚାୟତର ମହାଦେବ ପିଡ଼ିଆ ଠାରେ ବିଜେଡି ପକ୍ଷରୁ ସାଧରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବିଧାୟକ ପ୍ରାଥି ସ୍ୱରୂପ ଦାସ ପ୍ରମୁଖ ଏକ ରାଲି କରି ସଭାସ୍ଥଳରେ ପହଁଚି ଥିଲେ। ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ବହୁ ନେତା ବିଜେଡି ଯୋଗଦାନ ଦେଇଥିବା ବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା, ମହିଳା ସଶକ୍ତି କରଣ, ସ୍ୱଚ୍ଛ ନିର୍ମଳ ଶାସନ ଆଦି ସମ୍ପର୍କରେ ଆଲୋକପାତ କରିବା ସହିତ ବିରୋଧୀ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି ବିଜେଡି ନେତା ମାନେ ସମାଲୋଚନା କରିଥଲେ। କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାତ୍ର ବିରୋଧୀ ସାବାସୀ ଦେବା ବଦଳରେ ବିଭିନ୍ନ ମିଛ ଅପବାଦ ଉଠାଇ ଶସ୍ତା ରାଜନୀତି କରୁଥିବା ବେଳେ,କେନ୍ଦ୍ରରେ ଥିବା ବିଜେପ ସରକାର କରୋନା ପାଇଁ ମାଗଣା ଟୀକା ଦେବ କହି ସାଧରଣ ଲୋକ ଭୋଟର ମାନଙ୍କୁ ମିଛ ପ୍ରିତିଶୃତି ଦିଗ ହରା କରୁଛି। ତେବେ ଯଦି ଏହା ସମ୍ଭବ ହୁଏ ଓଡିଶାକୁ ମଧ୍ୟ ଏଥିରେ ସାମିଲ କରିବାକୁ ବିଜେଡି ଦାବି କରିଛି, ଯାହା ଦ୍ୱାରା ଓଡିଶା ବାସୀ ଉପକୃତ ହୋଇପାରିବେ। ଶେଷରେ ବିଜେଡି ପ୍ରାଥି ସ୍ୱରୂପ ଦାସ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ, ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ। ତେବେ ଏହି କାର୍ୟ୍ୟକ୍ରମ ଵେଳେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଥିବା ବେଳେ, ସାମାଜିକ ଦୂରତା, ମାସ୍କ ପ୍ରତି ଗୁରୁତ୍ୱ ଦିଆଯାଇ ନଥିଲା। ଏଥି ପ୍ରତି ସରକାର, ଜିଲ୍ଲା ପ୍ରଶାସନ, ନିର୍ବାଚିନ କମିସିନର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।