(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି): ହଜିଲା ପୁଅକୁ ଖୋଜି ଆଣିଲା ପୋଲିସ। ମାଲକାନଗିରି ପୋଲିସର ମହାନତା। ଖୋଜି ତାଙ୍କ ପୁଅକୁ ପରିବାର ପାଖକୁ ସ୍ୱତନ୍ତ୍ର ଗାଡି କରି ଘରକୁ ପଠେଇ ଦେଇଛି ମାଲକାନଗିରି ପୋଲିସ। ତେଣୁ ଝାରଖଣ୍ଡ ପୋଲିସ, ନିଖୋଜ ପୁଅର ପରିବାର ଏବଂ ଗାଁ ଲୋକ ମାଲକାନଗିରି ପୋଲିସକୁ ପ୍ରଶଂସାରେ ପୋତିଦେଇଛନ୍ତି। ସୁନ୍ଦରକୁ ଛାଡିବାକୁ ଯାଇଥିବା ମାଲକାନଗିରି ଥାନାର ଦୁଇ କର୍ମଚାରୀଙ୍କୁ ଝାଡ଼ଖଣ୍ଡ ପୋଲିସ, ଗାଁ ଲୋକ ଏବଂ ପରିବାର ଲୋକ ଫୁଲମାଳ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମର ସନ୍ଧାନରେ ଘରରୁ ଗୋଡ କାଢିଥିଲା। କାମର ସନ୍ଧାନରେ ଥିବା ନାବାଳିକ ପୁଅ ହୋଇ ଗଲା ନିଖୋଜ। ମାଲକାନଗିରି ଜିଲ୍ଲା ସଦରମହକୁମାରେ ପୋଲିସ ର ରାତ୍ରି କାଳୀନ ପେଟ୍ରୋଲିଂ ବେଳେ ଉଦ୍ଧାର ହେଲା ସେଇ ନିଖୋଜ ପୁଅ। ଉଦ୍ଧାର ପରେ ଜିଲ୍ଳା ପୋଲିସ୍ ସହରାଞ୍ଚଳ ବାସହୀନ ଆଶ୍ରୟ ସ୍ଥଳୀରେ ସୁନ୍ଦର ର ରହିବାର ବ୍ୟବସ୍ଥା କରିଥିଲା । ଏହା ମଧ୍ୟରେ ନିକୋଜ ପୁଅ ର ପରିବାର ର ସନ୍ଧାନ ଖୋଜିବାରେ ଲାଗି ଥିଲା ମାଲକାନଗିରି ପୋଲିସ, ସନ୍ଧାନ ମିଳିବା ପରେ ଯୋଗାଯୋଗ କରି ଥିଲା ଝାଡ଼ଖଣ୍ଡ ର ପରିବାର ବର୍ଗ ଙ୍କୁ। ପରେ ଭିଡିଓ କଲ୍ ପାଲଟିଲା ସଂଯୋଗ ର ସେତୁ। ଓଡିଶା ପୋଲିସ କୁ ଗ୍ରାମବାସୀ କଲେ ପ୍ରସଂଶା ।
ଝାଡ଼ଖଣ୍ଡ ରୁ ଦୁଇ ବର୍ଷ ତଳେ ନିଖୋଜ ହୋଇଥିବା ଏହି ପୁଅ ସୁନ୍ଦର ଗୋପେଙ୍କ ମୁହଁ ରେ ଆଜି ଖୁସିର ଲହରି। ଦୁଇ ବର୍ଷ ପରେ ମା ନିଜ ହଜିଲା ପୁଅକୁ ପାଇଁ ବେଶ ଖୁସି। ଗାଁ ସାରା ଖୁସି। ଏହା କେବଳ ସମ୍ଭବ ହୋଇ ପାରିଛି ମାଲକାନଗିରି ଜିଲ୍ଲା ପୋଲିସ ପାଇଁ।