ଜବରଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଜବରଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଦେଉଲପଦର ଗାଁର ଶତାଧିକ ଲୋକ ଆଜି ଏଭଳି କିଛି ଅଭିଯୋଗ ନେଇ ତରଭା ତହସିଲଦାରଙ୍କ ପାଖରେ ଫେରାଦ ହୋଇଛନ୍ତି।ଦେଉଲପଦର ଗାଁର ପାଟଖଣ୍ଡା ମନ୍ଦିର ନିକଟରେ ଥିବା ଜମିକୁ ଗାଁର ଜଣେ ଅସାମାଜିକ ବ୍ୟକ୍ତି ଜବରଦଖଲ କରି ରଖିଛି।ଫଳରେ ଦିର୍ଘ ଦିନରୁ ସେହି ସ୍ଥାନରେ ପୂଜା କରି ଆସୁଥିବା ଗ୍ରାମବାସୀ ବର୍ତ୍ତମାନ ଆଉ ପୂଜା କରିପାରୁ ନାହାନ୍ତି।ଏଣୁ ଉକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ ସହ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଗଲେ ଗ୍ରାମବାସୀ ସୁବିଧାରେ ପୂଜା କରି ପାରିବେ ବୋଲି ଦାବି ଜଣାଇଛନ୍ତି।ଆଜି ଏନେଇ ଗାଁର ଶତାଧିକ ଲୋକ ତରଭା ତହସିଲଦାରଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।