(ଅଜିତ ସାହୁ / ଜଳେଶ୍ୱର): ଚାକିରୀ ଅବକାରୀ କିନ୍ତୁ କାମ ଦଲାଲି । ଅବକାରୀ ବିଭଗରେ ଚାକିରୀ କରି ମୋଟା ଅଙ୍କର ଦରମା ନେଉଛନ୍ତି ସରକାରି ବାବୁ ଜଣଙ୍କ କିନ୍ତୁ ବେଆଇନ ନିଶା କାରବାରକୁ ରୋକ ଲଗାଇବ ବଦଳରେ ତାହାକୁ କିପରି ବୃଦ୍ଧି କରାଯିବ ପାଇଁ କରୁଛନ୍ତି ପ୍ରୟାସ । ଏଭଳି ଦୁଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ।
ଏବାବୁ ଜଣକ ହେଉଛନ୍ତି ବସ୍ତା ଅବକାରୀ ବିଭାଗର କନେଷ୍ଟବଳ, ବାବାଜୀ ପଣ୍ଡିତ। ମଦ ମାଫିଆ ନିଶା ବ୍ୟବସାୟୀଙ୍କ ସହିତ ଅବକାରୀ ବିଭାଗ ଓ ପୋଲିସର କିପରି ମଧୁ ଚନ୍ଦ୍ରିକା ଏଠାରେ ଦେଖିବାକୁ ମିଳୁଛି । ତେବେ କଣ ବୁଝିବାକୁ ପଡ଼ିବ ମଦ ମାଫିଆ ଟୁନା ଓ ବାପି ସହିତ ଅବକାରୀ କନେଷ୍ଟବଳ ବାବାଜୀ ପଣ୍ଡିତ, ବସ୍ତା ଅବକାରୀ ଥାନାର ଅଧିକାରୀ ଆମ୍ପା ମାରଣ୍ଡୀ, ଅବକାରୀ ଏସ୍ପିଙ୍କ ଘନିଷ୍ଠ ସମ୍ପର୍କ ଅଛି । ଆଉ ସମସ୍ତେ ମିଳିମିଶି ନିଶା କାରବାର ଓ ବେଆଇନ ଚୋରା ମଦ ବ୍ୟବସାୟୀ ମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେଉଛନ୍ତି। ତେବେ ଏହି ଭିଡ଼ିଓଟି ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଥିବା ବେଳେ ଏଯାଏଁ ବିଭାଗୀୟ ତଦନ୍ତ କିମ୍ବା କାର୍ୟ୍ୟାନୁଷ୍ଠାନ ହୋଇନାହିଁ। ଅବକାରୀ ବିଭାଗ ଓ ବରିଷ୍ଠ ଅଧିକାରୀ ଘଟଣା ବିଷୟରେ କିଛି ଜାଣିନାହାନ୍ତି ନାଁ ସବୁ ଜାଣିଶୁଣି ଅଜଣା ସାଜିଛନ୍ତି । ତେବେ ବିଭାଗର ନିଷ୍ଠା ପରତା, କାର୍ୟ୍ୟଦକ୍ଷତା ଓ ସ୍ଵଛତା ଉପରେ ପ୍ରଶ୍ନବାଚି ସାଜିଥିବା ବେଳେ, ଅବକାରୀ ଏବେ ଅଦରକାରୀ ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।