ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ

( ଜୟନ୍ତ କୁମାର ସେଠୀ / ପୁରୀ): ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ । ପୁରୀ ଜିଲ୍ଲା କଣାସ, ଡେଲାଙ୍ଗ, ନିମାପଡା, ଗୋପ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ କେନ୍ଦ୍ରୀୟ ପ୍ରତିନିଧି ଦଳ କଣାସ ପାଣ୍ଡିଆ କେରା ପଞ୍ଚାୟତ ନୂଆ ସାହିଠାରେ ସୃଷ୍ଟି ହୋଇଥିବା ଘାଇ ପରିଦର୍ଶନ କରିବା ସହିତ ବନ୍ୟା ଜଳରେ କ୍ଷତି ହୋଇଥିବା ଚାଷ ଜମିର ଅନୁଧ୍ୟାନ କରିଥିଲେ । ମାତ୍ର ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନ । ସେପଟେ ଏଭଳି ଦୈଵ ଦୁର୍ବିପାକ ନେଇ ଚାଷୀ ଗତି କରୁଥିବା ବେଳେ ସରକାରୀ ସହାୟତା କେବଳ ତଦନ୍ତ ଭିତରେ ରହିଯାଉଛି ବୋଲି ବନ୍ୟା ବିପନ୍ନ ଅଭିଯୋଗ କରିଛି।