ବିନା ଭକ୍ତରେ ଚାଲିଛି ଜଗତଜନନୀଙ୍କ ପୂଜାର୍ଚ୍ଚନା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଆସୁଛି ଦଶହରା ପୂଜା । ଯେଉଁ ପୂଜାକୁ ନେଇ ସବୁଠି ଶକ୍ତୀ ବା ଦେବୀ ପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଥାଏ । ପୌରହୀତଙ୍କ ମନ୍ତ୍ର ଉଚ୍ଚାରଣରେ ସାରା ମନ୍ଦିର ପରିବେଶ କମ୍ପି ଉଠିଥାଏ । ହେଲେ ଚଳିତ ବର୍ଷ ଦୁର୍ଗାପୂଜା ଏବେ ଗଞ୍ଜାମ ଜିଲ୍ଲାରେ ପୁରା ଫିକା ପଡିଯାଇଛି । କରୋନା କଟକଣା ହେତୁ ଜିଲ୍ଲାର ଦେବୀପୀଠ ଗୁଡିକ ଏବେ ବିନା ଭକ୍ତରେ ଚାଲିଛି ମାଙ୍କ ନବରାତ୍ର ପୂଜା । କରୋନା କଟକଣା ଯୋଗୁଁ ମନ୍ଦିର ପରିସର ଖାଁ ଖାଁ ।
ତଥାପି ଦଶହରା ପୂଜା ପାଇଁ ସରକାର ଘୋଷଣା କରିଥିବା ନିୟମରେ ଚାଲିଛି ପୂଜା କାର୍ୟ୍ୟ । ସମସ୍ତ ପୌରହିତଙ୍କ ମୁହଁରେ ମାସ୍କ ସାଙ୍ଗକୁ ସାମାଜିକ ଦୂରତ୍ଵାକୁ ଗୁରୁତ୍ଵ ଦେଇ ଚାଲିଛି ସୂର୍ୟ୍ୟ ପୂଜା ଠାରୁ ଆରମ୍ଭ କରି ଅଗ୍ନି ପୂଜା । ଏମିତି କି ବିନା ଭକ୍ତରେ ଦଶହରା ପର୍ଵ ପାଳନ ଏକ ଇତିହାସ ହେବ ବୋଲି କହିଛନ୍ତି ପୂଜକ ମାନେ । ତଥାପି ନିତି ନିୟମ ତଥା ପୁରାତନ ପରମ୍ପରା ଅନୁଷାରେ ଦୁର୍ଗା ପୂଜା ପାଇଁ ଷୋଡଷ ପୂଜା ଦେବୀ ପୀଠ ଗୁଡିକରେ ଚାଲିଥିବାର ଦେଖିବାକୁ ମିଳିଛି । ତେବେ ମନ୍ଦିର ଉପରେ ଲାଗିଥିବା କଟକଣା କୁ ସରକାର କୋହଳ କରିବା ପାଇଁ ସବୁ ମହଲରେ ଦାବି ହୋଇଛି ।