(ଅଜିତ ସାହୁ / ଜଳେଶ୍ୱର): ରୋଗୀ ସେବା ନାଁରେ କରୋନା ବାଣ୍ଟିବେକି ମେଡ଼ିସିନ ଷ୍ଟୋର। ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମେଡିକାଲ ସାମ୍ନା ସୁବାସିନୀ ଓ ସାଇକୃପା ମେଡ଼ିସିନ ଷ୍ଟୋରର । ଟିକିଏ ଭଲ ଭାବେ ଏହି ଦୃଶ୍ୟକୁ ଦେଖନ୍ତୁ । ଏହି ଦୁଇ ମେଡିସିନଷ୍ଟୋର ଆଗରେ ଲାଗିଛି ଶତାଧିକ ଲୋକଙ୍କ ଭିଡ। ତେବେ ହାତ ଗଣତି କିଛି ଲୋକଙ୍କ ମୁହଁରେ ମାସ୍କ ଥିବାବେଳେ, ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା । ସାମାଜିକ ଦୂରତା କଥାତ ନକହିବା ଭଲ, ସତେ ଯେମିତି କରୋନା କଟକଣା କିଛିନାହିଁ, ସବୁ ପୂର୍ବଭଳି ସ୍ବାଭାବିକ ରହିଛି । ଜିଲ୍ଲାରେ ଏବେବି କରୋନା ସ୍ଥିତି ସଙ୍ଗିନ ଥିବା ଵେଳେ, ସରକାରଙ୍କ ନୀତିନିୟମକୁ ଖାତିର ନକରି, ପ୍ରଶାସନ ଓ ପୋଲିସର ନାକ ନିଶ ତଳେ ଚିକତ୍ସାସେବା ଆଳରେ ଖୋଲା ଖୋଲି ଅବମାନନା କରୁଛନ୍ତି ମେଡ଼ିସିନ ଷ୍ଟୋର । ତେବେ ଏନେଇ ଡାକ୍ତର ପ୍ରିୟ କୁମାର ଘୋଷଙ୍କୁ ପଚାରିବାରୁ ସେ କହିଛନ୍ତି ସାମାଜିକ ଦୁରୁତ୍ବ ଓ ମୁହଁରେ ମାସ୍କ ପାଇଁ କୁହାଯାଇଛି ମାତ୍ର ଲୋକେ ମାନୁ ନାହାନ୍ତି । ଆଉ ନିୟମକୁ କାର୍ୟ୍ୟକାରୀ କରିବା ମେଡ଼ିସିନ ଷ୍ଟୋରର ଦାଇତ୍ୱ ବୋଲି କହି ଡାକ୍ତର ଶ୍ରୀଯୁକ୍ତ ଘୋଷ ନିଜର ମୁଣ୍ଡରୁ ଦୋଷ ଖସାଇ ଚତୁରତାର ସହ ମେଡ଼ିସିନ ଷ୍ଟୋର ମାଲିକଙ୍କ ଉପରକୁ ଦୋଷ ଲଦି ଦେଇଛନ୍ତି । ଅନ୍ୟପଟେ ମେଡ଼ିସିନ ଷ୍ଟୋର ମାଲିକଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରିବା ସହିତ ଲୋକେ ମାନୁ ନାହାନ୍ତି ବୋଲି କହିଥିଲେ । ତେବେ ଏନେଇ ଜଳେଶ୍ବର ତହସିଲଦାରଙ୍କୁ ପଚାରିବାରୁ ରୋଗୀ ଦେଖିବା ପାଇଁ ଆସୁଥିବା ଲୋକେ କିପରି ନିୟମ ମାନିବେ ଏହା ସମ୍ପୃକ୍ତ ମେଡ଼ିସିନ ଷ୍ଟୋରର ଦାୟିତ୍ୱ। ନିୟମ ଅବମାନନା କଲେ ଉଚିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।