(ଜୟନ୍ତ କୁମାର ସେଠୀ / ପୁରୀ): ରାଜ୍ୟର ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜ। । ସେଥିପାଇଁ ପୁରୀ ଜିଲ୍ଲା କାକଟପୁରରେ ମା ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା । ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ୱତନ୍ତ୍ର ରୀତିନିତୀନୁସାରେ ଷୋଡଶ ଉପଚାର ପୂଜା ଅ।ରମ୍ଭ ହୋଇଛି । କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହୁଥିବା ବେଳେ ବାହାରୁ ନିରାଶ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ । ବର୍ଷ ତମାମ ଏଠାରେ ମା ପଞ୍ଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ ୧୬ ଦିନ ପରିବର୍ତ୍ତେ ୪୫ ଦିନ ଷୋଡଶ ଉପଚାରରେ ପୂଜା ପାଇବେ ମା । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମାଙ୍କୁ ଷୋଡଶ ଉପଚାରରେ ମାଙ୍କ ସେବକ ଗୁପ୍ତ ପୁଜା କରିଥିବା ବେଳେ ମାଙ୍କ ପାଖରେ ଉଖୁଡା,ଦହି, ମୁଗ, ଅ।ଖୁ, ଅ।ଦି ଭୋଗ ଲାଗି କରାଯାଇଥାଏ । ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ କରୁଣା ଲାଭ କରିବାକୁ ଆସିଥାନ୍ତି ଏହି ପୀଠକୁ । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ଯୋଗୁଁ ମାଙ୍କ ଦର୍ଶନ ପାଇଁ ଅ।ସୁଥିବା ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରୁଛନ୍ତି ।
ସେପଟେ ଏହି ସମୟରେ ମାଙ୍କର କରୁଣା ଲାଭ କରିବା ନିମନ୍ତେ ପ୍ରତିଦିନ ଭକ୍ତ ଏଠାକୁ ଅ।ସିଥାନ୍ତି । ମାନସିକ ରଖି ଏଠାରେ ମାଙ୍କ ପାଖରେ ଏହି ସମୟରେ ପୂଜାର୍ଚ୍ଚନା କଲେ ମନ ସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ଵାସ ରହିଥିବା ବେଳେ କୋଭିଡ କଟକଣା ପାଇଁ କେବଳ ମାଙ୍କର ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରି ମାଙ୍କର ପୂଜାର୍ଚ୍ଚନା କରିଥାଏ ବୋଲି ସେବାୟତ କହିଛନ୍ତି ।