(ଭୁବନେଶ୍ୱର): ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ ପଡିଛନ୍ତି ଭିଜିଲାନ୍ସ ଖାପରେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନସ ସେଲ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ କରିଛି ଚଢାଉ ।
ଭିଜିଲାନ୍ସ ପ୍ରଧାନଙ୍କ ଭୁବନେଶ୍ୱରର ନୂଆପଲ୍ଲୀ, ନୂଆଗାଁ, ବାଲିଅନ୍ତା, ନହରକଣ୍ଟା, ୟୁନିଟ୍-୩ ଅଫିସ୍ ଚାମ୍ବର ସହ କୁରୁଣ୍ଟି ସ୍ଥିତ ସମ୍ପର୍କୀୟ ଘରେ କରିଛି ଚଢାଉ । ଜବତ ସମ୍ପତିର ମୁଲ୍ୟ ୫୦ ଲକ୍ଷରୁ ଅଧିକ ହେବ । ଏଥିସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ କରିଛି ଚଢାଉ ।