ତହସିଲ କାର୍ୟ୍ୟାଳୟରେ ପଡ଼ିଲା ତାଲା

(ନିର୍ମଳେନ୍ଦୁ ମିଶ୍ର / ନରସିଂହପୁର): ତହସିଲ କାର୍ୟ୍ୟାଳୟରେ ତାଲା ପକାଇଲେ ଓକିଲ ସଂଘ ।
ସୂଚନାରୁ ପ୍ରକାଶ ଯେ, ନରସିଂହପୁର ଓକିଲ ସଂଘ ତରଫରୁ ପୂର୍ବରୁ ତହସିଲିଦାରଙ୍କୁ ଭେଟି ଏକ ଦାବି ଜଣାଇବା ସହ ସାତ ଦିନ ଭିତରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଥିଲେ ।ଏବିଷୟରେ ତହସିଲଦାରଙ୍କୁ ବରିଷ୍ଠ ଆଇନିଜୀବି ତ୍ରିଲୋଚନ ମହାପାତ୍ର ପଚାରିବାରୁ ସ୍ଥାନୀୟ ତହସିଲଦାର ଅଶାଳୀନ ମନ୍ତବ୍ୟ ଦେବାରୁ ଆଜି ଓକିଲ ସଂଘ ତରଫରୁ ମନମୁଖୀ କାର୍ୟ୍ୟକୁ ପ୍ରତିବାଦ ଦାବି କରି ଓକିଲ ସଂଘ ପକ୍ଷରୁ ତହସିଲ କାର୍ୟ୍ୟାଳୟକୁ ତାଲା ପକାଇଥିଲେ । ଏ ବିଷୟରେ ଆମେ ତହସିଲିଦାରଙ୍କୁ ପଚାରିବାରୁ ସେ କହିଥିଲେ ଆମକୁ ସାତଦିନ ସମୟ ଦେଇଥିଲେ ମାତ୍ର ଦୁଇଦିନ ପରେ ଆମକୁ ଆସି ପଚାରୁ ଛନ୍ତି କଣ ହେଲା ବୋଲି ।