ନାଗାର୍ଜୁନ ବେଶ ଦର୍ଶନ ନିମନ୍ତେ ଶଙ୍କରାଚାର୍ୟ୍ୟଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସ୍ମାରକ ପତ୍ର

(ଜୟନ୍ତ କୁମାର ସେଠୀ / ପୁରୀ): କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ଦିର୍ଘ ୭ ମାସ ଧରି ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତ ବ୍ୟାକୁଳ । ଅନ୍ୟପଟେ ଆସନ୍ତା ମାସ ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଦିର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ପାରିବେ କି ନାହିଁ ସେଥି ନେଇ ଦ୍ଵନ୍ଦରେ ରହିଛନ୍ତି। ଏହି ଦୁର୍ଲ୍ଲଭ ବେଶର ଦର୍ଶନ କିଭଳି ଭକ୍ତ ପାଇ ପାରିବେ ସେଥିନେଇ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସନାତନ ଧର୍ମର ଧାର୍ମିକ ଗୁରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ଲୋଡ଼ା ଯାଇଛି। ଏ ସମ୍ପର୍କରେ ସେନା ପକ୍ଷରୁ ଶଙ୍କରାଚାର୍ୟ୍ୟଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ସେଥିରେ ଶ୍ରୀମନ୍ଦିର ଖୋଲିବା ଓ ନାଗାର୍ଜୁନ ବେଶ ଦର୍ଶନ ନିମନ୍ତେ ଶଙ୍କରାଚାର୍ୟ୍ୟ ହସ୍ତକ୍ଷେପ କରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ନିବେଦନ କରାଯାଇ ଥିବା ବେଳେ ଶ୍ରୀମନ୍ଦିର ନ ଖୋଲିବା ପର୍ୟ୍ୟନ୍ତ ଭକ୍ତଙ୍କୁ ପତିତପାବନ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ନିକଟକୁ ଯିବାକୁ ଅନୁମତି ପାଇଁ ସେନା ପକ୍ଷରୁ ଦାବି କରାଯାଇଛି ।