ରାଜଧାନୀରେ ଖଣ୍ଡାମୁନରେ ଆତଙ୍କ ଚଳାଇଛି ଯୁବକ

(ସରୋଜ ରାଉତ)ରିପୋର୍ଟସଟୁଡେ: ରାଜଧାନୀର ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କରାଜ । ହାତରେ କଟୁରୀ ଧରି ବୁଲୁଛି ଜଣେ ଯୁବକ । ସକାଳୁ ସକାଳୁ ଯୁବକଙ୍କ ଏପରି ଆତଙ୍କରାଜ ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାରି ଦେବାକୁ ଧମକ ବି ଦେଉଛି ।ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୁଲିସ୍‌। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।