(ରଜନୀକାନ୍ତ ପାତ୍ର / ଗଞ୍ଜାମ): କରୋନା ମହାମାରୀ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପୁନାନ୍ଦ ଗ୍ରାମରେ ଆଜିକୁ ପ୍ରାୟ ତିନିଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷ ଜମିରେ ଫୁଲ କୋବି ଗଛ ସବୁ ନଷ୍ଟ ହୋଇଯାଇଛି।ଏକର ଏକର ଜମିରେ ପାଣି ଜମି ରହିଥିବାରୁ ଚାଷୀ ମାନଙ୍କର ମୁଣ୍ଡରେ ଏବେ ଚଡକ ପଡ଼ିଛି।ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଷୀମାନେ କଣ କରିବେ କାହାକୁ କହିବେ ନିଜର ସମସ୍ୟା କିଏ ଶୁଣିବ ତାଙ୍କର ଦୁଃଖ ଏମିତି ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କର ସମସ୍ୟା ବୁଝି କ୍ଷୟକ୍ଷତି ଆକଳନ କରି ବିଭିନ୍ନ ସମସ୍ୟା ପୂରଣ କରିବେ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି।ଜିଲ୍ଲାପାଳ,ଉପଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ଚାଷ ଜମିକୁ ଦେଖି ଚାଷୀ ମାନଙ୍କ ସମସ୍ୟା ବୁଝି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।