ସହିଦ ବୀର ବାଜିଙ୍କ ପରିବାରକୁ ସହାୟତା

(କଳ୍ପତରୁ ଜେନା / ଭୁବନ): ଖବର ପ୍ରସାରଣ ପହଞ୍ଚିଲା ସହଯୋଗର ହାତ। ସହିଦ ବାଜି ରାଉତଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁ। ଏବେ ତାଙ୍କ ପରିବାର ଅତି ଦୁଃଖ କଷ୍ଟରେ ରହିଥିବା ଖବର ରିପୋର୍ଟସଟୁଡେରେ ପ୍ରସାରଣ ହେବା ପରେ ଆଜି ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ରଦର ହୁଡ୍ ଗୋବ୍ଲାଲ ଫାଉଣ୍ଡେସନର ସଦସ୍ୟ ମାନେ ନୟାନିଳକଣ୍ଠପୁରରେ ପହଞ୍ଚି ପରିବାରକୁ ଭେଟିବା ସହ ୨ ମାସର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।
ଆଗକୁ ଆହୁରି ସହଯୋଗ ଯୋଗାଇ ଦେବାକୁ କହିଛନ୍ତି ସଂଘଠନ ମୁଖ୍ୟ ତଥା କିଟ୍ କଲେଜ ପୂର୍ବତନ ଛାତ୍ର ଇଂ ସତ୍ୟଜିତ୍ ସେନାପତି ।