ଭୁବନେଶ୍ୱର/ସରୋଜ ରାଉତ: ଗତ ୭ ତାରିଖରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ହୋଇଥିବା ଭୟାନକ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଅଞ୍ଚଳର ସିମାଞ୍ଚଳ ପରିଡା । ଘଟଣାକୁ ବିତିଯାଇଛି ୮ ଦିନ କିନ୍ତୁ ଏପର୍ଯ୍ୟନ୍ତ ମିଳୁନି ତାଙ୍କ ଅତାପତ୍ତା । ତେଣୁ ଆଜି ସିମାଞ୍ଚଳଙ୍କ ପରିବାର ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି । ସିମାଞ୍ଚଳଙ୍କ ମା ମଧ୍ୟ ଆସିଛନ୍ତି । ତାଙ୍କ ଡିଏନଏ ସହ ମ୍ୟାଚ କରାଯିବ ବିସ୍ଫୋରଣ ପରେ ସଂଗ୍ରହ ହୋଇଥିବା ମାଂସ ।