୫୨୦ ଲିଟର ଦେଶୀ ମଦ ଜବତ, ପାଞ୍ଚ ଗିରଫ

(ସେଖ ଫାଇଜନା କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ ମାଫିଆଙ୍କ ବେପାର ବଡିବାରେ ଲାଗିଛି । ଆଜି ଅବକାରୀ ପୋଲିସ ପୁଣି ଚଢାଉ କରି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ସେମାନେ ହେଲେ ସୁବାସ ବେହେରା ମିର୍ଜ଼ାପୁର ଚମାର ସାହିରୁ, ଲଷ୍ମୀଧର ପରିଡ଼ା ବୁଦ୍ଧପୁର ତହିଡ଼ରୁ, ରବିନ୍ଦ୍ର ପରିଡ଼ା ,ବରାଣୀ ବହେରା କାନ୍ଦପୁର ତହିଡ଼ରୁ ଏବଂ ସୁବାସ ବେହେରା ତହିଡ଼ରୁ ଗିରଫ କରିଛି ଅବକାରୀ ପୋଲିସ ।