ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନର ଯୁବ ଛାତ୍ର ଶାଖାର ଗଣଧାରଣା

(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଗଣ ଧାରଣା ଦେଇଛି ନବ ନିର୍ମାଣ କୃଷକ ସଂଗଠନର ଯୁବ ଛାତ୍ର ଶାଖା । ଏହି ଉପଲକ୍ଷେ ସଂଗଠନର ରାଜ୍ୟ ଯୁବ ଛାତ୍ର ସଂଯୋଜକ ମନୱର ଅଲିଙ୍କ ନେତୃତ୍ୱରେ ଶତାଧିକ ଯୁବକ ଗାନ୍ଧୀ ପଡିଆ ଠାରୁ ଏକ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିକ୍ଷୋଭ ସହିତ ଧାରଣା ଦେଇଥିଲେ । ଅଭିଯୋଗକାରି କହିଛନ୍ତି ଯେ କୋଭିଡକୁ ଆଳ ଦେଖାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି । ଫଳରେ ଚିକିତ୍ସା ଅବହେଳାରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।
ବାଇଟ- ମନୱର ଅଲି (ରାଜ୍ୟ ସଂଯୋଜକ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ)