(ଦୀପକ ମିଶ୍ର / ଉଦଳା): ତିନି ଦଫା ଦାବି ନେଇ ଅଲ ଇଣ୍ଡିଆ କିସାନ ମଜଦୁର ସଂଗଠନ ପକ୍ଷରୁ କପ୍ତିପଦା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଗଣ ଧାରଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଲ ଇଣ୍ଡିଆ କିସାନ ମଜଦୁର ସଂଗଠନ ପକ୍ଷରୁ ଏହି ଧାରଣା ଦିଆଯାଇଛି । ତିନି ଦଫା ଦାବି ମଧ୍ୟରୁ ଚୁକ୍ତି ଭିତିକ ଚାଷ ଆଇନକୁ ରଦ୍ଧ କରିବା, ବେସରକାରୀ ମଣ୍ଡି ଆଇନକୁ ରଦ୍ଧ କରିବା ଓ ୧୯୫୫ ମସିହା ଅତିଆବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନକୁ ରଦ୍ଧ କରିବା ପାଇଁ ଏହି ଗଣ ଧାରଣା ଦିଆଯାଇଛି । ତେବେ ସରକାର ଆଗାମୀ ଦିନରେ ଏହି ଦାବି ଗୁଡିକ ପୂରଣ ନକଲେ ଅଲ ଇଣ୍ଡିଆ କିସାନ ମଜଦୁର ସଂଗଠନ ଏକ ବିରାଟ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
ବାଇଟ- ଶ୍ୟାମ ବାନ୍ଦ୍ରା (ସଦସ୍ୟ, ଅଲ ଇଣ୍ଡିଆ କିଷାନ ମଜଦୁର ସଂଗଠନ )
ବାଇଟ- ଯୁବରାଜ ସାମାଡ (ସମ୍ପାଦକ, ଅଲ ଇଣ୍ଡିଆ କିଷାନ ମଜଦୁର ସଂଗଠନ)