ଦୁର୍ଦ୍ଦିନରେ ଲୋକ କଳାକାର

(ଜୟନ୍ତ କୁମାର ସେଠୀ / ପୁରୀ): ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ପାଳିତ ହୁଏ । କିନ୍ତୁ ବିଶ୍ବ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସବୁ ଫିକା। ଏବେ ଚାଲିଛି ପାର୍ବଣର ଋତୁ, ନବରାତ୍ର, ଦୀପାବଳୀ ଆଦି ପର୍ବପର୍ବାଣୀ ସବୁ ବନ୍ଦ କରୋନା କଟକଣା ଯୋଗୁଁ । ବିବାହ, ନାଚଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବନ୍ଦ । ଏହା ଉପରେ ନିର୍ଭର କରୁଥିବା ଶହ ଶହ କଳାକାର ହାତ ବାନ୍ଧି ବସିଛନ୍ତି । ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେହେତୁ ସରକାରୀ ସ୍ତରରେ ଏମାନେ ସ୍ଵୀକୃତିପ୍ରାପ୍ତ ନୁହନ୍ତି ତେଣୁ ଏମାନଙ୍କୁ ସରକାରଙ୍କ ପକ୍ଷରୁ କୋଣସି ସାହାଯ୍ୟ ସହଯୋଗ ମିଳିପାରୀ ନାହିଁ। ମହାମାରୀ କରୋନା ଯୋଗୁଁ ସବୁ କାମ ଧନ୍ଦା ବନ୍ଦ ଥିଲାବେଳେ ବଂଚିବା ବଡ଼ କଷ୍ଟକର ହୋଇପଡିଛି। ଏମାନଙ୍କ ପାଇଁ ସରକାରଙ୍କ ନା ଅଛି କିଛି ଦରମା ନା କିଛି ଯୋଜନା, ଏଭଳି ସ୍ଥିତିରେ ଦୁଃଖ ବୁଝିବ ବା କିଏ ?
ଏବେ ଶହ ଶହ କଳାକାର ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ସବୁ ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ରହିଛି । କିନ୍ତୁ ସଂସ୍କୃତିକୁ ସମୃଦ୍ଧ କରୁଥିବା ପାରମ୍ପରିକ କଳା, ସଙ୍ଗୀତ, ନୃତ୍ୟ ଗୀତ ମାଧ୍ୟମରେ ଦେଶ ବିଦେଶରେ ଗୌରବ ଆଣୁଥିବା କଳାକାର ଚିହ୍ନଟ ମଧ୍ୟ ହେଇ ନାହାନ୍ତି । ଏଥର ସେମାନଙ୍କ ପାଇଁ ପାର୍ବଣର ଋତୁ ଦୁର୍ଦ୍ଦିନର ଋତୁ ପାଲଟିଛି ।
ବିନା ପଞ୍ଚବାଦ୍ୟରେ ଶକ୍ତିପୂଜା ବେଳେ ଢୋଲ, ନିଶାନ, ତାସା, ମହୁରୀ ଓ ଝାଞ୍ଜ ଆଦି ପଞ୍ଚ ବ।ଦ୍ୟ ସୁରରେ ମାଙ୍କ ପ୍ରିୟ ଜଣାଣ ପରିବେଷଣ କରାଯାଏ । କରୋନା କଟକଣା ଯୋଗୁଁ ସବୁ ବନ୍ଦ ।