(ସତ୍ୟନାରାୟଣ ପାଲ /ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବିଡ଼ିଓଙ୍କ ଦୁବ୍ୟର୍ବହାର ଓ ଟଙ୍କା ହେରଫେରର ପର୍ଦ୍ଦାଫାଶ ପାଇଁ ସର୍ବ ଦଳୀୟ ପାର୍ଟି ମିଳିତ ଭାବେ ବ୍ଲକ ଘେରାଉ କରିଥିଲେ । ରାଜ୍ୟସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ । କିନ୍ତୁ ବିଡିଓ ମହାଶୟ କ୍ୱରେଣ୍ଟାଇନ ରୁମ ପାଇଁ କିଛି ସରଞ୍ଜାମ ନ କିଣି ନାମକୁ ମାତ୍ର ଥରେ ଦୁଇ ଥର ଲୋକଙ୍କୁ ସୁକିଲା ଖାଦ୍ୟ ଦେଇ ସରପଞ୍ଚଙ୍କ ଆଖିରେ ଧୂଳି ଦେଇ ସବୁଟଙ୍କା ହଡ଼ପ କରିଛନ୍ତି ବୋଲି ଜନସାଧାରଣ ଦାବି କରିଛନ୍ତି । କୁଆଡେ ଗଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା କୁଆଡେ ଗଲା ସୁଖିଲା ଖାଦ୍ୟ । ଏ ବିଷୟରେ ବିଡିଓଙ୍କୁ ଅବଗତ କରେଇବାରୁ ଅଶ୍ଲଳ ଭାଷାରେ ଗାଳମନ୍ଦ କରି ଅଫିସରୁ ବାହାର କରିଦେଲେ ଅଭିଯୋଗକାରୀଙ୍କୁ । ଏଣୁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି।ଯଦି ୭ ଦିନ ମଧ୍ୟରେ ଏହାର ବିଧିବଦ୍ଧ କାର୍ୟ୍ୟାନୁଷ୍ଠାନ ଏବଂ ବିଡିଓଙ୍କ ବଦଳି ନ କଲେ ଜନସାଧାରଣ ଏବଂ ସର୍ବଦଳୀୟ ପାର୍ଟି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।