ଅନ୍ୟୁନ ୨-୩ ଜଣଙ୍କ ମୃତ୍ୟୁ ହୋଇଛି: ସୁର

ଭୁବନେଶ୍ୱର/ସରୋଜ ରାଉତ: ଗତକାଲି ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । କିନ୍ତୁ ଏହି ସୂଚନାକୁ ମାନିବାକୁ ଲୋକ ଅରାଜି । ଗତକାଲି ସେଠାର ସ୍ଥିତି ଦେଖିଥିବା ଲୋକେ ଏହି ତଥ୍ୟକୁ ଗ୍ରହଣ କରୁ ନାହାନ୍ତି । ବିସ୍ଫୋରଣର ଭୟାବହତା ଓ ସେଠାରେ ପଡିଥିବା ଭଗ୍ନାବଶେଷ, ମାଂସ ଖଣ୍ଡକୁ ଦେଖିଥିବା ଲୋକେ ଆଶଙ୍କା କରୁଛନ୍ତି ବିସ୍ଫୋରଣରେ ଅଧିକ ଲୋକଙ୍କ ଜୀବନ ହାନୀ ହୋଇଛି । ଯେଉଁ କର୍ମଚାରୀ ଗ୍ୟାସ ଅନଲୋଡ କରୁଥିଲେ ସେମାନଙ୍କୁ ନେଇ ସମସ୍ତଙ୍କ ମଧ୍ୟରେ ସନ୍ଦେହ । ସରକାର ଘଟଣାରେ ମୃତାହତଙ୍କ ତଥ୍ୟ ଚପାଇ ଦେବା ନେଇ ମଧ୍ୟ ଅଭିଯୋଗ ହେଲାଣି । ଏହି ଦୁର୍ଘଟଣାରେ ଅତି କମରେ ୨୭ରୁ ୨୮ ଜଣ ଆହତ ହୋଇଛନ୍ତି ଓ ୩ ଜଣ ମରିଛନ୍ତି । ଏହି ତଥ୍ୟକୁ ଲୁଚା ଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ।