(ଜୟନ୍ତ କୁମାର ସେଠୀ /ପୁରୀ): ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଅଦ୍ୟାବଧି କୌଣସି ପ୍ରତିଷେଧକ ଟୀକା କିମ୍ବା ଔଷଧ ବାହାରିନଥିଲା ବେଳେ ସଚେତନତା ରହିବା ହିଁ ଏକମାତ୍ର ଉପାୟ । ଏନେଇ ସମସ୍ତେ ଚିନ୍ତିତ ଥିଲାବେଳେ କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି । ମାତ୍ର କରୋନା ମହାମାରିର ମୁକାବିଲା କରିବାକୁ ହେଲେ ଘରୁ ବାହାରିଲେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଲୋକେ ବିନା ମାସ୍କରେ ଘରୁ ବାହାରୁଛନ୍ତି। ତେବେ ସେମାନଙ୍କୁ ଏ ନେଇ ସଚେତନ କରାଯାଉ ଥିବାବେଳେ ମାସ୍କ ଠିକିରେ ପରିଧ୍ୟାନ କରୁନଥିବା ଲୋକଙ୍କ ଉପରେ ପୋଲିସ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରତିଦିନ ଜରିମାନା ଆଦାୟ ସହ ମାମଲା ରୁଜ୍ଜୁ ହେଉଥିଲେ ମଧ୍ୟ କେତେକ ଅମାନିଆଙ୍କ ଉପରେ କୌଣସି ପ୍ରଭାବ ପଡୁ ନ ଥିବା ଦେଖିବାକୁ ମିଳିଛି । ଏନେଇ ପୁରୀ ଜିଲ୍ଲା ନିମାପଡ଼ା ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ସଭାପତି ଗଙ୍ଗାଧର ଓଝା, ସଙ୍ଗୀତ ଗୁରୁ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ତତ୍ବାବଧାନରେ ଏକ ଅଭିନବ ପ୍ରୟାସ କରି ଶିଶୁ କଣ୍ଠ ଶିଳ୍ପୀ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତ କରିଥିଲେ। ନିମାପଡ଼ା ଜୟଶ୍ରୀ ଛକଠାରୁ ଦେବୀ ମଣ୍ଡପ ପର୍ୟ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସମସ୍ତଙ୍କୁ ମାସ୍କ ଠିକରେ ପରିଧ୍ୟାନ କରିବା,ସାବୁନରେ ହାତ ଧୋଇବା ସହ ସାମାଜିକ ଦୁରତା ରକ୍ଷା କରିବା ଓ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସଙ୍ଗୀତ ମାଧ୍ୟମରେ ସଚେତନତା କରିଥିଲେ ।ସେପଟେ ନିମାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରା, କୁନି କୁନି ପିଲାମାନଙ୍କର ଏହି ଅଭିନବ ପ୍ରୟାସକୁ ପ୍ରସଂସା କରିବା ସହିତ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ।