ଭୁବନେଶ୍ୱର: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି । ଶେଷରେ ରିୟାଙ୍କୁ ମିଳିଛି ଜାମିନ । ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପରେ ବିବାଦ ଘେରକୁ ଟାଣିହୋଇ ଆସିଥିବା ରିୟା ପରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ଜେରାରେ ପାଇଥିଲା । ଏହାପରେ ତାଙ୍କୁ ଜେଲ ହୋଇଥିଲା । ଜାମିନ ପରେ ସେ ଘରକୁ ଯିବେ ।
ଆଜି ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ଡ୍ରଗ୍ସ ସମ୍ପୃକ୍ତିରେ ରିୟାଙ୍କ ଭାଇ ଦୌଭିକ ଚକ୍ରବର୍ତ୍ତୀଙ୍କ ଜାମିନକୁ କିନ୍ତୁ କୋର୍ଟ ଖାରଜ କରିଦେଇଛନ୍ତି ।