(ରଜନୀକାନ୍ତ ପାତ୍ର /ଗଞ୍ଜାମ): ବ୍ରହ୍ମପୁର ଖଲିକୋଟ କଲେଜ ପରେ ଛାତ୍ର ଛାତ୍ରୀଙ୍କ ଦ୍ୱତୀୟ ପସନ୍ଦ ହେଉଛି ହିଞ୍ଜିଳିକାଟୁରେ ଥିବା ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଏହି ମହାବିଦ୍ୟାଳୟକୁ ୨୦୧୪ ମସିହାରେ ସ୍ୱୟଂଶାସିତ ମାନ୍ୟତା ଲାଭ କରିଥିଲା । କିନ୍ତୁ ଏବେ ମହାବିଦ୍ୟାଳୟରେ ପଢ଼ିବା ପାଇଁ ଛାତ୍ରଛାତ୍ରୀ ମାନେ ଭୟ କଲେଣି । ଏହାର କାରଣ ହେଉଛି ଫିସ ବୃଦ୍ଧି । କୋରୋନା ଯେଉଁ ଭଳି ଭାବରେ ଲୋକ ମାନଙ୍କର ଆର୍ଥିକ ମେରୁଦଣ୍ଡ ବିଗିଡି ଯାଇଥିବା ବେଲେ ଏବେ କଲେଜ ଫିସ ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୁଶ୍ୟ ସମାନ ହୋଇଜାଇଛି । ଯାହା ଫଳରେ ଆଜି କିଛି ଛାତ୍ରଛାତ୍ରୀ ଫିସ କମ କରିବାକୁ କଲେଜ ଅଧକ୍ଷକ୍ଷଙ୍କୁ ଲିଖିତ ଆକାରରେ ଚିଠି ଦେଇ ନିଜର ଦୁଃଖକୁ ପ୍ରକାଶ କରିଥିଲେ । ଏହି ଫିସ ନ କମିଲେ ଆଗାମୀ ଦିନରେ କଲେଜ ସାମ୍ନାରେ ଧାରଣା ଦେବା ସହ ରାଲି କରିବେ ବୋଲି କହିଛନ୍ତି ।
ଖାଲି ଏତିକିରେ ସରିନି ମହାବିଦ୍ୟାଳୟର ଦୁଃଖର କଥା । ଗତକାଲି ମହାବିଦ୍ୟାଳୟର କମ୍ପୁଟର ଲାଇବ୍ରୋଟୋରି ଛାତରୁ ପରସ୍ତ ପରସ୍ତ ପଲସ୍ତରା ଖସିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନବାଚୀ । ଏହି ମହାବିଦ୍ୟାଳୟର ବହୁ ଶ୍ରେଣୀ ଗୃହ ଏବେ ବିପଦ ପୂର୍ଣ୍ଣ ଅବସ୍ଥାରେ । ସେପଟେ ମହାବିଦ୍ୟାଳୟର ଖେଳ ପଢିଆ ଏବେ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି । ଏହି ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ରହିବା ପାଇଁ ହଷ୍ଟେଲ ଥିଲେ ମଧ୍ୟ ତାହା ଏବେ ଭୂତ କୋଠି ପାଲଟିଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ମହାବିଦ୍ୟାଳୟ ଉପରେ ନଜର ଉପକାଇଛି ଓ କେବେ ଏହି ମହାବିଦ୍ୟାଳୟର ଦୁଃଖ ଦୂରୀକରଣ ହେଉଛି ।