ଏସବିଆଇ ଠକେଇ ଅଭିଯୋଗରେ ଥାନାରେ ଏତଲା

ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ଏସବିଆଇ ପରିଗଣିତ । ଏହି ଜାତୀୟ ବ୍ୟାଙ୍କ ଉପରେ ଦେଶବାସୀଙ୍କ ଅଗାଢ ବିଶ୍ୱାସ । କିନ୍ତୁ ଲୋକଙ୍କ ବିଶ୍ୱାସ ସହ ଖେଳଛି ଏସବିଆଇ । ଗ୍ରାହକଙ୍କ ଅଜାଣତରେ ଗ୍ରାହକଙ୍କୁ ଲୁଟୁଛି ଏସବିଆଇ । ଏପରି ସଂଗୀନ ଅଭିଯୋଗ ଆସୁଛି ଏସବିଆଇ ନାମରେ । ଜଣେ କି ଦୁଇ ଜଣ ନୁହଁନ୍ତି, ଆଜି ସହିଦ ନଗର ଥାନାରେ ୧୫୦ରୁ ୨୦୦ ଗ୍ରାହକ ଏସବିଆଇ ନାମରେ ଦେଇଛନ୍ତି ଅଭିଯୋଗ ।

ଗୋଟିଏ ପଟେ ବ୍ୟାଙ୍କ ପକ୍ଷରୁ ଏଜେଣ୍ଟମାନଙ୍କ ଜରିଆରେ ଆକର୍ଷଣୀୟ ପ୍ରଲୋଭନ ଦେଖାଇ ଲୋକଙ୍କୁ କ୍ରେଡିଟ କାର୍ଡ ଯୋଗାଇ ଦିଆଯାଉଛି । ଅନ୍ୟ ପଟେ ଗ୍ରାହକ କାର୍ଡର ବ୍ୟବହାର ନ କରୁଣୁ ସେମାନଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା କଟିଯାଉଛି । ଏଥିସହ ବ୍ୟାଙ୍କ ଗ୍ରାହକଙ୍କଠାରୁ କ୍ରେଡିଟ କାର୍ଡରେ ଖର୍ଚ୍ଚ ହୋଇଥିବା ଟଙ୍କା ପଇଠ କରିବାକୁ ଚାପ ପକାଉଛି ।

ଏସବିଆଇ ପରି ଜାତୀୟ ବ୍ୟାଙ୍କ ଦ୍ୱାରା ଲୁଟକୁ ନେଇ ପ୍ରଶ୍ନ ଉଠୁଛି, ଯଦି ଏସବିଆଇ ଏପରି କରିବ ତେବେ ଲୋକେ କେଉଁ ବ୍ୟାଙ୍କ ଉପରେ ବିଶ୍ୱାସ କରିବେ । ଘରୋଇ ବ୍ୟାଙ୍କରେ ଲୋକେ ଠକାମିର ଶିକାର ହେଉଛନ୍ତି ବୋଲି ଏସବିଆଇରେ ଆକାଉଣ୍ଟ ଖୋଲିବା ସହ ଏସବିଆଇ କେଡିଟ କାର୍ଡ ଉପରେ ଭରସା କରୁଛନ୍ତି । କିନ୍ତୁ ଯଦି ଏସବିଆଇ ଏପରି ବେଆଇନ ଇ ଠକାମି କରିବ ଲୋକେ କେଉଁ ବ୍ୟାଙ୍କ ଉପରେ ବିଶ୍ୱାସ କରିବେ ବୋଲି ପ୍ରଶ୍ନ ହେଉଛି ।