(ଗୋଲାପ ସାହୁ /କଳାହାଣ୍ଡି):ରାଜ୍ୟ ସରକାର ସ୍ୱଚ୍ଛ ଶାସନ ଓ ଦୁର୍ନୀତି ମୁକ୍ତ ପାଇଁ କେତେକ ନିର୍ଦ୍ଦିଷ୍ଟ ବିଭାଗକୁ ମୋ ସରକାର ଓ ଫାଇଭଟିରେ ସାମିଲ କରିଛନ୍ତି।କିନ୍ତୁ କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବାମ କେନାଳ ଡିଭିଜନ କୁସୁମଖୁଣ୍ଟି ଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ସମସ୍ତ ସରକାରୀ ନିୟମାବଳୀକୁ ଖୁଲମଖୁଲା ଅବମାନନା କରି ସମ୍ପୁର୍ଣ୍ଣ କାର୍ୟ୍ୟାଳୟ ଦୁର୍ନୀତିର ଗନ୍ତାଘର ସାଜିଥିବା ଅଭିଯୋଗ ହୋଇଛି। କେନାଲ ପାଣିକୁ ସୁଚାରୁ ରୂପେ ସେଚନ ଓ ସୁଷମ ବଣ୍ଟନ କରିବା ପାଇଁ ଜଳସେଚନ ପ୍ରକଳ୍ପ ଗୁଡିକରେ ତିନିଶହ ରୁ ଛଅଶହ ହେକ୍ଟର ଅଧୀନରେ ଥିବା ଚାଷୀ ମାନଙ୍କୁ ଗୋଟେ ଗୋଟେ ପାଣିପଂଚାୟତ ଗଠନର ବ୍ୟବସ୍ଥା ରହିଛି।ସେଭଳି ଉକ୍ତ ସଂଘଟନ ଦରକାରୀ, ଉପ୍ତାଦନକ୍ଷମ ଓ ଲାଭଜନକ ହେଲାଭଳି ନିର୍ବାହୀ ଯନ୍ତ୍ରୀଙ୍କ ଦାଇତ୍ଵ ରହିଛି।ଯାହାଫଳରେ ଚାଷୀମାନେ ମୁଖ୍ୟ କେନାଳ ବନ୍ଦ, ଜଳଯୋଗାଣ ଅବିଧି, ତାହାର ପରିମାଣ ସୂଚନା ପାଇବା ସହ ଆବଶ୍ୟକୀୟ ଜରୁରୀ ମରାମତି କରିପାରିବେ।କିନ୍ତୁ ଡିଭିଜନ ରେ ଦୀର୍ଘ ବର୍ଷ ହେବ ପ୍ରାୟ ଡିଷ୍ଟ୍ରିବ୍ୟୁଟାରି କେତେକ ନିର୍ଦ୍ଦିଷ୍ଟ ଚାଷୀ ହି ସାମିଲ ହେଉଥିବା ଅଭିଯୋଗ ହୋଇଛି। ଡିଭିଜନ ଅଧୀନରେ ଥିବା ଉମେର ଗ୍ରାମର ରାଧାକୃଷ୍ଣ ପାଣିପଂଚାୟତ ନିର୍ବାଚନ ରେ ମହାଦୁର୍ନୀତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।ଏଥିପାଇଁ ଅନେକ ଚାଷୀ କୁସୁମଖୁଣ୍ଟି ବାମ କେନାଳ ଡିଭିଜନକୁ ଯାଇ ମୋ ସରକାର ସହାୟତା କେନ୍ଦ୍ରରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।
ମୋ ସରକାରୀ କକ୍ଷ୍ୟରେ ନିର୍ବାଚନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ବିନା ମାସ୍କ ରେ କାର୍ୟ୍ୟ କରୁଥିବା ଦେଖାଯାଇଥିଲା।ସାଧାରଣ ଲୋକେ ମାସ୍କ ପିନ୍ଧିଲେ ଫାଇନ ହେଉଥିବା ବେଳେ ଏ ବାବୁ ମାନଙ୍କ ପାଇଁ କଣ କାର୍ୟ୍ୟାନୁଷ୍ଠାନ ହେବା ପାଣିପଂଚାୟତ ଦୁର୍ନୀତିର କଣ ପଦକ୍ଷେପ ହେବ ତାହା ଦେଖିବାକୁ ବାକି ରହିଲା।