(ରିପୋର୍ଟସଟୁଡେ): ମେଥି ପୋହା ଟିକ୍କି କେବେ ଖାଇଛନ୍ତି କି ? ଆଜି ସନ୍ଧ୍ୟାରେ ବନାଇ ଘରେ ନିଶ୍ଚିତ ଖାଆନ୍ତୁ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ।
ଆବଶ୍ୟକୀୟ ସାମଗ୍ରୀ: ୧୦୦ଗ୍ରାମ ଚୁଡା, ଗୋଟେ କଞ୍ଚା ଆଳୁ,୧ ଟେବୁଲସ୍ପୁନ କଞ୍ଚା ମଟର, ୧ ଟେବୁଏଲସ୍ପନ କସୁରୀ ମେଥି, ୨ କଞ୍ଚାଲଙ୍କା, ୧ଚାମଚ ଧନିଆ ପାଉଡର,୧/୪ ନାଲି ଲଙ୍କା ପାଉଡର, ଧନିଆପତ୍ର କଟା ହୋଇଥିବା,ଲୁଣ ସ୍ୱାଦନୁସାରେ, ତେଲ ଆବଶ୍ୟକ ଅନୁଯାୟୀ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚୁଡାକୁ ଭଲ ଭାବେ ଧୋଇ ଛାଣିଦିଅନ୍ତୁ । ଏବେ ଏଥିରେ କଞ୍ଚାଆଳୁ ଘଷି ପକାଇ ଦିଅନ୍ତୁ । ଏକ ଅଲଗା ପ୍ଲେଟରେ କାଢି ପାଣି ଭଲଭାବେ ଚିପୁଡି ଦିଅନ୍ତୁ । ଚୁଡାରେ କଞ୍ଚାଲଙ୍କା,ମଟର,କସୁରୀ ମେଥି, ଧନିଆ ପତ୍ର,ମସଲା ପକାଇ ଭଲଭାବେ ଚକଟି ଦିଅନ୍ତୁ । ଏବେ ମିଡିଅମ ଆଞ୍ଚରେ ଏକ ପ୍ୟାନରେ ତେଲ ପକାଇ ଏହାକୁ ଗରମ କରନ୍ତୁ । ଏହା ମଧ୍ୟରେ ଏହି ମିଶ୍ରଣ ଛୋଟ ଛୋଟ ଟିକ୍କି କରି ତେଲରେ ସେକନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମେଥି ପୋହା ଟିକ୍କି । ଟମାଟୋ ସସ ସହିତ ସର୍ଭ କରନ୍ତୁ ।