(ଦିଲ୍ଲିପ ସାହୁ / ଜଗତସିଂହପୁର): ଉତ୍ତରପ୍ରଦେଶ ହାଥରସ ଠାରେ ଗଣ ଦୁଷ୍କର୍ମ ମାମଲା ଓ ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ସରଣୀଛକ ଠାରୁ ବାହାରି କଟକ-ପାରାଦ୍ୱୀପ ରାସ୍ତାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣାରେ ଯିଏ ଦୋଷୀ ତାକୁ ଯଦି ଘଣ୍ଟ ଘୋଡାଯାଏ ତାହାଲେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।