ଅନୁଗୁଳରେ ପୂଜା ପାଉଛନ୍ତି ଅନ୍ନଦାତ୍ରୀ ମା’ଲକ୍ଷ୍ମୀ

(ଜଗନ୍ନାଥ ଅଗ୍ରୱାଲ): ଧରାବତରଣ କରିଛନ୍ତି ଅନ୍ନଦାତ୍ରୀ ମା ଲକ୍ଷ୍ମୀ । ମା’ଙ୍କ ଆଗମନରେ ଅନୁଗୋଳ ସହର ଉତ୍ସବମୁଖର । ବିଭିନ୍ନ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଏଥର ଅନୁଗୋଳର ବିଭିନ୍ନ ସ୍ଥାନରେ ପ୍ରାୟ ୬୫ଟି ମଣ୍ଡପ ପୂଜା ପାଉଛନ୍ତି ମା’ଲକ୍ଷ୍ମୀ । ସୁଉଚ୍ଚ ତୋରଣ ସାଙ୍ଗକୁ ଝିଲିମିଲି ଆଲୋକମାଳରେ ଝଲସି ଉଠୁଛି ଅନୁଗୋଳ ସହର । ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କର ଭିଡ ଲାଗିଛି । ବିଶେଷ କରି ଅନୁଗୋଳରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ ମିଶି ସୁଚାରୂପେ ପାଳନ କରୁଛନ୍ତି ଗଜଲକ୍ଷ୍ମୀ ପୂଜା । ୧୦ ଦିନଧରି ଏହି ପୂଜା ଚାଲିବ । ଏଥିପାଇଁ ପୂଜାମଣ୍ଡପର କର୍ମକର୍ତ୍ତାମାନେ ଧୁମଧାମରେ ଆୟୋଜନ କରିଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ବ୍ୟବସ୍ଥା କରିଛନ୍ତି ପୂଜାମଣ୍ଡପର କର୍ମକର୍ତ୍ତା ।